ଜାମ୍ମୁ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷୀକରଣ ଆବେଦନ କରିଛନ୍ତି। ଜନ ନିରାପତ୍ତା ଆଇନ (PSA) ଅନୁଯାୟୀ ମେହବୁବାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ବୋଲି ଇଲତିଜା ଅଭିଯୋଗ କରିଛନ୍ତି। ମେହବୁବାଙ୍କୁ ଫେବୃଆରୀ 2020 ରେ PSA ଅଧୀନରେ ଗିରଫ କରାଯାଇଥିଲା । ସେବେଠାରୁ ସେ ହେପାଜତରେ ଅଛନ୍ତି।
ମେହବୁବା ମୁଫତିଙ୍କ ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଝିଅ
ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷୀକରଣ ଆବେଦନ କରିଛନ୍ତି । ଜନ ନିରାପତ୍ତା ଆଇନ (PSA) ଅନୁଯାୟୀ ମେହବୁବାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ବୋଲି ଇଲତିଜା ଅଭିଯୋଗ କରିଛନ୍ତି।
ଇଲତିଜା ମୁଫତି କହିଛନ୍ତି, ‘ମୁଁ PSA ଆଦେଶ ଏବଂ ହେପାଜତର ସମ୍ପ୍ରସାରଣକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଗଣତନ୍ତ୍ରରେ ନଜରବନ୍ଦୀ ବେଆଇନ ଏବଂ ବିବାଦୀୟ । ଜଣେ ବିରୋଧୀ ଦଳର ନେତାକୁ ବିନା ଶୁଣାଣିରେ ଏକ ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି। ପ୍ରକାଶଥାଉକି, PSA ହେଉଛି ଏକ ଆଇନ । ଏହା ଜାମ୍ମୁ କାଶ୍ମୀରରେ କାର୍ଯ୍ୟକାରୀ ହୋଇଛି, ଯାହା ଆଧାରରେ ଜଣେ ବ୍ୟକ୍ତିଙ୍କୁ ଦୁଇ ବର୍ଷ ବିନା ବିଚାରରେ ଅଟକ ରଖାଯାଇପାରିବ । ରାଜ୍ୟରୁ ଧାରା 370 ହଟାଇବା ପରେ ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ 6 ଜଣ ନେତାଙ୍କ ଉପରେ PSA ଲାଗୁ କରାଯାଇଥିଲା।
ଅଗଷ୍ଟ 2019 ରେ PSA ଅଧୀନରେ ଫାରୁକ୍ ଅବଦୁଲାଙ୍କୁ ଗିରଫ କରାଯାଇଥିଲା । ଏହାପରେ ଓମର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ଉପରେ PSA ଲାଗୁ କରାଯାଇଥିଲା । ତେବେ ଓମର ଏବଂ ଫାରୁକ୍ ଅବଦୁଲ୍ଲା ଚଳିତ ବର୍ଷ ମୁକ୍ତ ହୋଇଥିଲେ ମଧ୍ୟ ମେହବୁବା ମୁଫତି PSA ଅଧୀନରେ ଜେଲରେ ଅଛନ୍ତି। ଅନ୍ୟପକ୍ଷେ ଗୃହ ମନ୍ତ୍ରଣାଳୟ କିନ୍ତୁ ସଂସଦରେ କୌଣସି ନେତା ଗୃହବନ୍ଦୀ ହୋଇନଥିବା କହିଥିଲେ ।