ନୂଆଦିଲ୍ଲୀ: ରାଜସ୍ଥାନର ବାଜମେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରକୁ ଟାର୍ଗେଟ କରିଥିଲେ । ମୋଦି କହିଥିଲେ ଯେ ପ୍ରଥମେ ପ୍ରାୟ ସବୁଦିନ ପାକିସ୍ତାନ ପକ୍ଷରୁ କୁହାଯାଉଥିଲା ଯେ ଆମ ପାଖରେ ପରମାଣୁ ବଟନ ଅଛି, ଆମ ପାଖରେ ପରମାଣୁ ବଟନ ଅଛି । ତେବେ ମୋଦି ଏହାକୁ ନେଇ କହିଛନ୍ତି ଯେ ଯଦି ତାଙ୍କ ପାଖରେ ପରମାଣୁ ବଟନ ଅଛି ତେବେ ଆମ ପାଖରେ କଣ ଅଛି? ଆମେ କଣ ପରମାଣୁ ବୋମାକୁ ଦିପାବଳୀ ପାଇଁ ରଖିଛୁ ? ମୋଦି କହିଲେ ଯେ ଭାରତ ପାକିସ୍ତାନକୁ ଡରିବାର ନୀତି ଛାଡି ଦେଇଛି । ତେବେ ମୋଦିଙ୍କ ଏହି ବୟାନ ଉପରେ ମତ ରଖିଛନ୍ତି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ସେ ପୁଣି ଥରେ ନିଜର ପାକ୍ ପ୍ରେମ ଦେଖାଇଛନ୍ତି ।
ମୁଫ୍ତି ଟ୍ବିଟ କରି ଲେକିଛନ୍ତି ଯେ ‘‘ଯଦି ଭାରତ ପରମାଣୁ ବୋମା ଦିପାବଳୀ ପାଇଁ ରଖିନାହିଁ ତେବେ ପାକିସ୍ତାନ କ’ଣ ଏହାକୁ ଇଦ ପାଇଁ ରଖିଛି ? ପିଏମ ମୋଦିଙ୍କୁ ଏଭଳି ନ୍ୟୁନସ୍ତରର ରାଜନୀତି ଠାରୁ ଦୂରେଇ ରହିବା ଉଚିତ ।’’ ସୂଚନା ଯୋଗ୍ୟ ଯେ ଆଗରୁ ମଧ୍ୟ ଅନେକ ମାମଲାରେ ମୁଫ୍ତି ପାକ୍ ରାଗ ଆଳାପ କରି ସାରିଛନ୍ତି ।
ଗୋଟିଏ ଦିନ ପୂର୍ବରୁ ମୋଦି କହିଥିଲେ ଯେ ‘‘ଭାରତ ପାକିସ୍ତାନକୁ ଡରିବା ନୀତି ଛାଡି ଦେଇଛି, ଏହା ଠିକ ହୋଇଛି ନା? ଆପଣ ମାନେ ମଧ୍ୟ ଏହା ହିଁ ଚାହୁଁଥିଲେ ନା? ଆମେ ଆତଙ୍କବାଦୀଙ୍କ ମନରେ ଭୟ ସୃଷ୍ଟି କରି ଠିକ କରିଛୁ ନା? ପାକିସ୍ତାନ ସବୁ ଗର୍ବ ଅହଂକାର ଚୂରମାର କରି ଦେଇଛୁ, ତାକୁ ଥାଳି ଧରି ବୁଲିବାକୁ ବାଧ୍ୟ କରି ଠିକ୍ କରିଛୁ ନା?
ମୋଦି କହିଛନ୍ତି ଯେ ପାକିସ୍ତାନକୁ ଖୋଲା ଛଡାଯିବା କାରଣରୁ ଆମ ଦେଶରେ ଆମ ଦେଶରେ ଆତଙ୍କବାଦୀ ଆକ୍ରମଣ ଖୁବ ସାଧାରଣ ହୋଇଯାଇଥିଲା । ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ହତ୍ୟା କରାଗଲା । ଏହାସହ ମୋଦି କହିଛନ୍ତି ଯେ ପୂର୍ବତନ ସୈନିକ ଯେଉଁମାନେ 1971 ଯୁଦ୍ଧରେ ଭାଗ ନେଇଥିଲେ । ସେତେବେଳେ ଆମ ସୈନିକଙ୍କ ବିରତ୍ୱ କାରଣରୁ ପାକିସ୍ତାନର ଏକ ବଡ ଭାଗ ଆମ ପାଖରେ ଥିଲା, କିନ୍ତୁ ତା'ପରେ ସିମଲାରେ କଣ ହେଲା, ସାରା ବିଶ୍ବରୁ ଭାରତ ଉପରେ ଯେଉଁ ଚାପ ପଡିଲା ତାକୁ ତତ୍କାଳୀନ ସରକାର ସମ୍ଭାଳି ପାରିଲେ ନାହିଁ । 90 ହଜାର ସୈନିକ ଫେରାଇ ଦେଲେ ଓ ସବୁ ତକ ଜମି ମଧ୍ୟ ।
ସେତେବେଳେ ସୁବର୍ଣ୍ଣ ସୁଯୋଗ ଥିଲା ଜମ୍ମୁ କଶ୍ମୀର ସମସ୍ୟାର ସମାଧାନ କରିବା ପାଇଁ, ଅନ୍ୟ ସୀମା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ଲାଗି, କିନ୍ତୁ କଂଗ୍ରେସ ଏହି ସୁଯୋଗ ହାତଛଡା କରିଦେଲା । ଯାହାର ପରିଣାମ ଆଜି ପର୍ଯ୍ୟନ୍ତ ଭାରତ ଭୋଗୁଛି ବାଲି ମୋଦି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର ସ୍ଥିତି ଦେଖନ୍ତୁ, ଭାରତ ଯୁଦ୍ଧ ନକରି ପାକିସ୍ତାନ ସୀମା ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିଛି । ପାକିସ୍ତାନ ସାରା ଦୁନିଆଁ ବୁଲୁ ବୁଲି କାନ୍ଦୁଛି, ଆଉ ସାରା ବିଶ୍ବ ଭାରତର ସମର୍ଥନ କରିଛି । ଏହା ହେଉଛି ଦମଦାର ସରକାର ।