ଓଡିଶା

odisha

ETV Bharat / bharat

ମେଘାଳୟରେ ପହଞ୍ଚିଲା କୋରୋନା, ଡାକ୍ତର କୋରୋନା ସଂକ୍ରମିତ - Shillong-based doctor tests positive

ପୂର୍ବ-ଉତ୍ତର ଭାରତରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ମେଘାଳୟରେ ଚିହ୍ନଟ ହେଲା ପ୍ରଥମ କୋରୋନା ରୋଗୀ । ଅଧିକ ପଢନ୍ତୁ...

ମେଘାଳୟରେ ପହଞ୍ଚିଲା କୋରୋନା, ଡାକ୍ତର କୋରୋନା ସଂକ୍ରମିତ
ମେଘାଳୟରେ ପହଞ୍ଚିଲା କୋରୋନା, ଡାକ୍ତର କୋରୋନା ସଂକ୍ରମିତ

By

Published : Apr 14, 2020, 1:02 PM IST

ସିଲଂ: ମେଘାଳୟରେ ପହଞ୍ଚିଲା କୋରୋନା ଭାଇରସ । ସୋମବାର ମେଘାଳୟର ସିଲଂ ଅଞ୍ଚଳରୁ ଜଣେ ଡାକ୍ତର କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନ ଦେଇଛନ୍ତି ମେଘାଳୟର ମୁଖ୍ୟ ଶାସନ ସଚିବ ।

ମୁଖ୍ୟ ଶାସନ ସଚିବଙ୍କ ଅନୁଯାୟୀ, ବେଥନୀ ହସ୍ପିଟାଲର ଡାକ୍ତରଙ୍କ କୋରୋନା ରିପୋର୍ଟ ପଜିଟିଭ । ମାର୍ଚ୍ଚ 22ରେ କିମ୍ବା ପରେ ଯେଉଁମାନେ ଏହି ହସ୍ପିଟାଲକୁ ଆସିଥିଲେ, ତୁରନ୍ତ 108କୁ କଲ କରି ପଞ୍ଜିକରଣ କରିବାକୁ କୁହାଯାଇଛି ।

ମେଘାଳୟର ଏହା ପ୍ରଥମ କୋରୋନା ମାମଲା । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଏଲ୍ ହେକ୍ କହିଛନ୍ତି ଯେ ଡାକ୍ତର କାମ କରୁଥିବା ଡାକ୍ତରଖାନାକୁ କୌଣସି ରୋଗୀ, ଡାକ୍ତର, ନର୍ସ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ଯେପରି ଡାକ୍ତରଖାନା ପରିସରରୁ ବାହାରକୁ ନଆସନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ କନ ରାଡ ସାଙ୍ଗମା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏହି ହସ୍ପିଟାଲକୁ କ୍ବାରେଣ୍ଟାଇନ ସେଣ୍ଟରରେ ପରିଣତ କରି ଦିଆଯାଇଛି ।

ନୂତନ କୋଭିଡ୍ -19 ମାମଲା ସହିତ, ଉତ୍ତର-ପୂର୍ବ ଭାରତରେ କୋରୋନା ଭାଇରସ୍ ପଜିଟିଭ୍ ମାମଲା 38 ରେ ପହଞ୍ଚିଛି। ଆସାମରେ 30 ଟି ମାମଲା, ମଣିପୁର ଏବଂ ତ୍ରିପୁରାରେ ଦୁଇଟି ଏବଂ ଗୋଟିଏ ଲେଖାଏଁ ମିଜୋରାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ଏବଂ ମେଘାଳୟ ।

ABOUT THE AUTHOR

...view details