ଓଡିଶା

odisha

ETV Bharat / bharat

କୋଭିଡ ଟେଷ୍ଟ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ, ରିପୋର୍ଟ ନେଗେଟିଭ - ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ନେଗେଟିଭ

ମଣିପୁର ପରେ ଦିଲ୍ଲୀ ଗସ୍ତ କରିବା ପରେ କୋଭିଡ ଟେଷ୍ଟିଂ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

କୋଭିଡ ଟେଷ୍ଟ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ, ରିପୋର୍ଟ ନେଗେଟିଭ
କୋଭିଡ ଟେଷ୍ଟ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ, ରିପୋର୍ଟ ନେଗେଟିଭ

By

Published : Jun 29, 2020, 7:34 AM IST

ସିଲଂ: କୋଭିଡ ପରୀକ୍ଷା କଲେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରଡ ସାଙ୍ଗମା । ଗତ ସପ୍ତାହରେ ମଣିପୁର ଦେଇ ଦିଲ୍ଲୀ ଗସ୍ତ କରି କୋରୋନା ପରୀକ୍ଷା କରିଛନ୍ତି । ଟେଷ୍ଟିଂ ପୂର୍ବରୁ ମୁଖ୍ୟମନ୍ତ୍ରୀ ସାଙ୍ଗମା 4 ଦିନ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ରହିଛି ।

ମୁଖ୍ୟମନ୍ତ୍ରୀ ସାଙ୍ଗମା ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିଥିଲେ । ଯେଉଁଠି ସେ ନ୍ୟାସନାଲ ପିପୁଲ୍ସ ପାର୍ଟିର ଅସନ୍ତୁଷ୍ଟତା ଉପରେ ଆଲୋଚନା କରିଥିଲେ ।

ଜୁନ 22ରେ ପ୍ରଥମ ପରୀକ୍ଷା ସାଙ୍ଗମାଙ୍କ ଉପରେ କରାଯାଇଥିଲା, ଯିଏକି ଏନପିପିର ମଧ୍ୟ ସଭାପତି । ରବିବାର ଦ୍ବିତୀୟ ଥର ପାଇଁ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା ବୋଲି ସିଏମଓର ଜଣେ ଅଧିକାରୀ କହିଛନ୍ତି।

ସେ ଜୁନ 21ରେ ମଣିପୁର ରାଜଧାନୀ ଇମ୍ପାଲ ଗସ୍ତରେ ଯାଇ ଚାରି ଦଳର ବିଧାୟକଙ୍କୁ ଭେଟିଥିଲେ। ସେ ପୁଣି ଜୁନ୍ 23 ରେ ସେଠାକୁ ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ସହ ଦିଲ୍ଲୀ ଯାତ୍ରା କରିଥିଲେ ଏବଂ ଜୁନ 25ରେ ଫେରିଥିଲେ ।

ସିଏମଓ ଅଧିକାରୀ କହିଛନ୍ତି ଯେ, ଗୌହାଟିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆସିଥିବା ଅଧିକାରୀ ଏବଂ ପୋଲିସ ଟିମର ମଧ୍ୟ ଟେଷ୍ଟିଂ କରାଯାଇଥିଲା । ସେମାନଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ରହିଥିବାବେଳେ ସେମାନେ ଏବେ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ।

ଅନ୍ୟପଟେ, ରବିବାର 2 ଜଣ ବିଏସଏଫ ଯବାନ ସଂକ୍ରମିତ ହେବା ପରେ ରାଜ୍ୟରେ ମୋଟ ମାମଲା 50କୁ ବୃଦ୍ଧି ପାଇଛି । ଉଭୟ ଯବାନଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଇନଥିଲା, ବର୍ତ୍ତମାନ ତାଙ୍କୁ ଆଇସୋଲେସନରେ ଭର୍ତ୍ତି କରାଯାଇଛି । 50 ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର 7ଟି ମାମଲା ସକ୍ରିୟ ରହିଛି, ଅନ୍ୟ 42 ଜଣ ସୁସ୍ଥ ହୋଇସାରିଛନ୍ତି ।

For All Latest Updates

TAGGED:

Coronavirus

ABOUT THE AUTHOR

...view details