ଓଡିଶା

odisha

ETV Bharat / bharat

ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଦ ସାଙ୍ଗମା କୋରୋନା ସଂକ୍ରମିତ - ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଦ ସାଙ୍ଗମା

କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଦ ସାଙ୍ଗମା। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଢ଼ନ୍ତୁ...

Meghalaya Chief Minister conrad Sangma is Corona virus infected
ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଦ ସାଙ୍ଗମା କୋରୋନା ସଂକ୍ରମିତ

By

Published : Dec 11, 2020, 3:07 PM IST

ସିଲଂ: କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଦ ସାଙ୍ଗମା। କୋଭିଡ 19ରେ ସଂକ୍ରମିତ ହୋଇଥିବା ନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି। କିଛି ଦିନ ହେଲା କୋନରାଦ ସାଙ୍ଗମାଙ୍କ କୋରୋନା ଲକ୍ଷଣ ଦେଖାଇ ଦେଇଥିଲା। ଏହାପରେ ସେ ନିଜର କୋରୋନା ଯାଞ୍ଚ କରାଇଥିଲେ। ତେବେ ଆଜି(ଶୁକ୍ରବାର) ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଦ ସାଙ୍ଗମା କୋରୋନା ସଂକ୍ରମିତ

କୋରୋନା ଭାଇରସରେ ସଂକ୍ରମିତ ହେବା ପରେ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଦ ସାଙ୍ଗମା ଆଇସୋଲେସନରେ ରହିଛନ୍ତି। ଏହାସହ ଗତ 5 ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ନିଜର କୋରୋନା ଯାଞ୍ଚ କରାଇ ନେବାକୁ ନିବଦେନ କରିଛନ୍ତି। ଏହାସହ ଏଭଳି ସମୟରେ ସଭିଏଁ ନିଜର ସ୍ବାସ୍ଥ୍ୟର ଯତ୍ନ ନେବାକୁ ସେ ଅନୁରୋଧ କରିଛନ୍ତି।

ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଦ ସାଙ୍ଗମାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଟ୍ବିଟ କରିଛନ୍ତି ଯେ, "କୋରୋନା ଭାଇରସରେ ସଂକ୍ରମିତ ହୋଇଛି। ବର୍ତ୍ତମାନ ମୁଁ ଆଇସୋଲେସନରେ ରହିଛି। ଏହାସହ କୋଭିଡ 19 ଭାଇରସର କେତେକ ଲକ୍ଷଣ ପରିଲିକ୍ଷିତ ହୋଇଛି। ଗତ 5 ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷମାନେ ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ସୁସ୍ଥ ରୁହନ୍ତୁ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details