ଓଡିଶା

odisha

4706 ନର୍ତ୍ତକୀଙ୍କ ମୋହିନୀଅଟ୍ଟମ ନୃତ୍ୟ, ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ମିଳିଲା ସ୍ଥାନ

By

Published : Jan 19, 2020, 2:04 PM IST

ଥୋକ୍କିନକାଡୁ ମୈଦାନରେ 4706 ନୃତ୍ୟଶିଳ୍ପୀ ମୋହିନଅଟ୍ଟମ ନୃତ୍ୟ ପରିବେଷଣ କରିଥିଲେ । ଏହି ନୃତ୍ୟକୁ ଗିନିଜ ବୁକ୍‌ ଅଫ ୱାର୍ଲ୍ଡ ରେକଡ୍ସ୍‌ରେ ସ୍ଥାନ ମିଳିଛି । ଅଧିକ ପଢନ୍ତୁ....

ଡିଜାଇନ ଫଟୋ
ଡିଜାଇନ ଫଟୋ

ତ୍ରିସୁର: କେରଳର ମୋହିନୀଅଟ୍ଟମ ନୃତ୍ୟ । ଯାହା 'ଜାତୀୟ ଧ୍ରୁପଦୀ ନୃତ୍ୟକଳା' ହିସାବରେ ସ୍ବୀକୃତ । ଏବେ ଏହି ନୃତ୍ୟ ଇତିହାସରେ ନୂଆ ଏକ ଅଧ୍ୟାୟ ସୃଷ୍ଟି ହୋଇଛି । ସମୂହ 4706 ନର୍ତ୍ତକୀଙ୍କ ଦ୍ବାରା ଏହି ନୃତ୍ୟ ପରିବେଷଣ କରାଯାଇଛି । ଏଥିସହ ଏହି ନୃତ୍ୟକୁ ଗିନିଜ ବୁକ୍‌ ଅଫ ୱାର୍ଲ୍ଡ ରେକଡ୍ସରେ ସ୍ଥାନ ମିଳିଛି ।

4706 ନର୍ତ୍ତକୀଙ୍କ ମୋହିନୀଅଟ୍ଟମ ନୃତ୍ୟ


ଥୋକ୍କିନକାଡୁ ମୈଦାନରେ 4706 ନୃତ୍ୟଶିଳ୍ପୀ ମୋହିନଅଟ୍ଟମ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ପ୍ରଦର୍ଶନ ଶ୍ରୀ ନାରାୟଣ ଗୁରୁଙ୍କ ଦ୍ବାରା କୁଣ୍ଡଲିନୀପଟ୍ଟୁ ଉପରେ ଆଧାରିତ ରହିଥିଲା । କେରଳ ଓ ବାହାର ରାଜ୍ୟର କଳାକାର ଏହି ‘ଏକାତ୍ମକ ମେଗା ଇଭେଣ୍ଟରେ’ ଭାଗ ନେଇଥିଲେ । ନୃତ୍ୟ ଶିଳ୍ପୀଙ୍କ ମଧ୍ୟରେ ପ୍ରସିଦ୍ଧ ନର୍ତ୍ତକୀ କଲାମଣ୍ଡଲମ ଓ ଡା. ଧନୁଷ ସାନ୍ୟାଲ ସାମିଲ ରହିଥିଲେ । ଏହି ଗୀତକୁ ସଂଗୀତକାର ଓ ଭାଓଲିନ ବାଦକ ଏଡ୍ଡାପଲ୍ଲୀ ଅଜିଥ୍‌ କୁମାର ପ୍ରସ୍ତୁତ କରିଛନ୍ତି । ସେହିପରି ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ମଧୁ ବାଲକିଷ୍ଣନ ।

କେନ୍ଦ୍ର ମନ୍ତ୍ରୀ ଭି ମୁରଲୀଧରନ ଏହି ମେଗା ଇଭେଣ୍ଟରୁ ଉଦ୍‌ଘାଟନ କରିଥିଲେ । ଏତଦ୍‌ବ୍ୟତୀତ ଏହି କାର୍ଯ୍ୟକ୍ରମରେ କେରଳ ମନ୍ତ୍ରୀ ଭିଏସ ସୁନୀଲ କୁମାର ଓ ସି ରବିନ୍ଦ୍ର ନାଥ ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details