ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆତ୍ମ ଚିନ୍ତନ ଦିଗରେ ଅଗ୍ରସର କଂଗ୍ରେସ । ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫା ପରେ ସୋନିଆଙ୍କ କାନ୍ଧରେ ଏବେ କଂଗ୍ରେସର ଭାର । ସାଙ୍ଗଠନିକ ଶକ୍ତିକୁ ମଜବୁତ କରିବା ସହ ଶୋଇ ରହିଥିବା କଂଗ୍ରେସକୁ ପୁଣି ଉଠାଇବା ଲକ୍ଷ୍ୟରେ ସୋନିଆ । ଏନେଇ ଶୁକ୍ରବାର 10 ଜନପଥରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସୋନିଆଙ୍କ ବୈଠକ ଜାରି ରହିଛି ।
କଂଗ୍ରେସ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସୋନିଆଙ୍କ ବୈଠକ
10 ଜନପଥରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଅଧକ୍ଷା ସୋନିଆ ଗାନ୍ଧିଙ୍କ ବୈଠକ ଜାରି । କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ହୋଇଥିବା ଉନ୍ନତ୍ତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ସମ୍ଭାବନା ।
ସୋନିଆଙ୍କ ନେତୃତ୍ବରେ ଚିଲିଥିବା ଏହି ବୈଠକରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ, ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ଅନ୍ୟ ନେତା ସାମିଲ ରହିଛନ୍ତି ।
ନେତା ଓ କର୍ମୀ କଂଗ୍ରେସର ହାତ ଛାଡୁ ଥିବା ବେଳେ ଅନେକ ରାଜ୍ୟରେ ଯେପରି ଭାବେ ଅନ୍ତର୍କନ୍ଦଳ ତଥା ମତଭେଦକୁ ନେଇ ଖବର ଆସୁଛି, ଏହାର ପୃଷ୍ଠଭୂମିରୁ ଏହି ବୈଠକ କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ କୁହାଯାଇ ପାରେ । ଏଥିସହ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ହୋଇଥିବା ଉନ୍ନତ୍ତିମୂଳକ କାର୍ଯ୍ୟ ବିଷୟରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି ।