ମୁମ୍ବାଇ : ବିଦ୍ୟା ଶେଲକେ; ପେଶାରେ ଜଣେ ଡ୍ରାଇଭର । ସେ ରାଇଡ ସେୟାରିଂ କମ୍ପାନୀରେ କାମ କରୁଥିଲେ, କିନ୍ତୁ ଲକ ଡାଉନରେ ବନ୍ଦ ହୋଇଗଲା କମ୍ପାନୀ । ହାତରୁ ଚାଲିଗଲା ଚାକିରି । କିନ୍ତୁ ସେ ଘରେ ଏମତି ବସି ରହିବା ଠିକ ଭାବି ନଥିଲେ । ନିଜେ ଗାଡି ଚଳାଇ ଏବେ କରୁଛନ୍ତି ଅସହାୟଙ୍କ ସାହାଯ୍ୟ ।
ଚାଲିଗଲା ଚାକିରି, ଲକଡାଉନରେ ବେସାହାରାଙ୍କ ସାହାରା ପାଲଟିଲେ ବିଦ୍ୟା - mumbai
ଲକଡାଉନରେ ବେସାହାରାଙ୍କ ସାହାରା ପାଲଟିଲେ ବିଦ୍ୟା । ଚାକିରି ଯିବା ପରେ ବି ଛାଡି ନାହାନ୍ତି ପେଶା । ଅଧିକ ପଢନ୍ତୁ...
ବର୍ତ୍ତମାନସୁଦ୍ଧା ବିଦ୍ୟା ପ୍ରାୟ 150 ଜଣଙ୍କୁ ନିଜ ଟ୍ୟାକ୍ସିରେ ସେମାନଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚାଇଛନ୍ତି । ସେମାନଙ୍କ ଭିତରେ ଅଧିକାଂଶ ବୃଦ୍ଧ ଏବଂ ମହିଳା ରହିଛନ୍ତି । ରୋଜଗାର ପାଇଁ ଗାଁରୁ ମାୟାନଗରୀ ମୁମ୍ବାଇ ଲକ ଡାଉନରେ ଫସି ଯାଇଥିବା ଲୋକଙ୍କୁ ସେ କରୁଛନ୍ତି ସାହାଯ୍ୟ । କେବଳ ଏତିକି ନୁହେଁ ବିଦ୍ୟା ନିଜେ ହିଁ ଲୋକଙ୍କ ଇ-ପାସ ମଧ୍ୟ ବନେଇଛନ୍ତି ।
ବିଦ୍ୟାଙ୍କ କହିବା ଅନୁସାରେ, ଦିନକୁ ଦିନ ସହରରେ ଦର ବଢି ବଢି ଯାଉଛି । ପରିବାର ପୋଷଣ ସହ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚାହେଁ। ସେମାନଙ୍କର ସ୍ବପ୍ନ ପୁରା କରିବା ପାଇଁ ଚାହେଁ। ତେଣୁ ଗାଡି ଚଳାଉଛି । ବର୍ତ୍ତମାନ ବିଦ୍ୟା କିଲୋମିଟର ପିଛା 12 ଟଙ୍କା ଲେଖାଏଁ ନେଇ ସେବା ଜାରି ରଖିଛନ୍ତି । କୌଣସି ଗ୍ରାହକଙ୍କୁ ଅଧିକ ଭଡା ମଧ୍ୟ କେବେ ଦାବି କରିନାହାନ୍ତି ସେ । ପୂର୍ବରୁ ବିଦ୍ୟା ଅଟୋ ରିକ୍ସା ଚଳାଇ ପରିବାର ପୋଷଣ କରୁଥିଲେ ।