ଓଡିଶା

odisha

ETV Bharat / bharat

ହାଇଦ୍ରାବାଦର ‘ପ୍ଲାଷ୍ଟିକ ମୁକ୍ତ ଇକୋ-ଷ୍ଟୋର’

ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଚାଲିଥିବା ଆମର ସ୍ବତନ୍ତ୍ର ଅଭିଯାନରେ ପଢନ୍ତୁ ହାଇଦ୍ରାବାଦର ଇକୋ-ଷ୍ଟୋର ସମ୍ପର୍କରେ । ଯେଉଁଠି ପ୍ଲାଷ୍ଟିକକୁ କରାଯାଇଛି ନାଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Zero Waste Eco-store
ହାଇଦ୍ରାବାଦର ‘ପ୍ଲାଷ୍ଟିକ ମୁକ୍ତ ଇକୋ-ଷ୍ଟୋର’

By

Published : Feb 2, 2020, 8:00 AM IST

ହାଇଦ୍ରାବାଦ: ଚେନ୍ନାଇ, ସିମଲା, ବେଙ୍ଗାଲୁରୁରେ ସ୍ଥିତ ପ୍ଲାଷ୍ଟିକ ମୁକ୍ତ ଦୋକାନରୁ ପ୍ରେରଣା ନେଇ ହାଇଦ୍ରାବାଦରେ ଖୋଲିଛି ଏକ ପ୍ଲାଷ୍ଟିକ ମୁକ୍ତ ଇକୋ-ଦୋକାନ । ଯାହାକୁ ଖୋଲିଛନ୍ତି ହାଇଦ୍ରାବାଦର ପଙ୍କଜ । ଯିଏ କି ପେଶାରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ । ସହରରେ ଏହି ଷ୍ଟୋରର ରହିଛି ଢେର୍ ଡିମାଣ୍ଡ । ହାଇଦ୍ରାବାଦର ସିକନ୍ଦରାବାଦରେ ରହିଛି ଏହି ଷ୍ଟୋରଟି । ଏଠାରେ ଚାଉଳ, ଅଟା, ଖଟା ଠାରୁ ଆରମ୍ଭ କରି 170 ପ୍ରକାର ଜିନିଷ ବିକ୍ରି ହେଉଛି । ପ୍ରତ୍ୟେକ ଜିନିଷକୁ ପ୍ଲାଷ୍ଟିକ ନୁହେଁ କାଚ କଣ୍ଟେନର ରଖାଯାଉଛି ।

ପଙ୍କଜ ଜଣେ ଆକାଉଣ୍ଟାଣ୍ଟ ହୋଇବି ଲୋକଙ୍କୁ ପ୍ଲାଷ୍ଟିକ ବିରୋଧରେ କରୁଛନ୍ତି ସଚେତନ । ଏହି ଷ୍ଟୋରରେ ମିଳୁଛି ଭଳିକି ଭଳି ଜୈବିକ ପଦାର୍ଥ । ବିଶେଷ କରି ଅରଗାନିକ୍ ସାମ୍ପୁ, ହର୍ବାଲ ସାବୁନ ଓ କଫି ସ୍କର୍ବ ଭଳି ବିଭିନ୍ନ ସାମଗ୍ରୀ ରହିଛି ବହୁ ଡିମାଣ୍ଡ । ଏହାସହ ମହିଳାଙ୍କ ହାତ ତିଆରି ସାମଗ୍ରୀ ମଧ୍ୟ ରହିଛି ଏହି ଷ୍ଟୋରରେ । ଅନ୍ୟପଟେ ଆପଣ ଯେତେବେଳେ ଏହି ଷ୍ଟୋରରେ ପାଦ ରଖିବେ ପ୍ଲାଷ୍ଟିକ ବ୍ୟବହାର ନକରିବାର ବାର୍ତ୍ତା ଲେଖା ହୋଇଥିବା ଦେଖିବାକୁ ମିଳିବ ।

ହାଇଦ୍ରାବାଦର ‘ପ୍ଲାଷ୍ଟିକ ମୁକ୍ତ ଇକୋ-ଷ୍ଟୋର’

ଗତ 3 ମାସ ତଳେ ଖୋଲାଯାଇଥିବା ଏହି ଷ୍ଟୋରଟି ଅନ୍ୟ ଠାରୁ ଭିନ୍ନ । ଏହି ଷ୍ଟୋରଟି କେବଳ ପ୍ଲାଷ୍ଟିକ ମୁକ୍ତ ସଚେତନତା ବାର୍ତ୍ତା ଦେଉଛି ତାହା ନୁହେଁ ଲୋକଙ୍କୁ ଜୈବିକ ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦିଏ । ଏଠାରେ ଘରକରଣା ସାମଗ୍ରୀ ଠାରୁ ବିଭିନ୍ନ ସାମଗ୍ରୀ ଆପଣ କିଣିପାରିବେ । ତା ସହ ଯଦି ଆପଣ ସାଙ୍ଗରେ ବ୍ୟାଗ ନେବାକୁ ଭୁଲି ଯାଇଥିବେ, ଷ୍ଟୋର ଆପଣଙ୍କୁ କପଡା ବ୍ୟାଗ ମଧ୍ୟ ଯୋଗାଇ ଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details