ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ବଡ ଚିନ୍ତାରେ ପରିଣତ ହେଲାଣି । ଏହି ସମୟରେ ସୁଦ୍ଧ ପନିପରିବା ମିଳିବା କଷ୍ଟକର ହୋଇପଡିଛି । ହେଲେ ଏହି ସମୟରେ ନିଜ ପରିବାରକୁ ପୁଷ୍ଟିକ ଖାଦ୍ୟ ଦେଉଛନ୍ତି ରାଜଧାନୀର ସୁମଥା ଚେହଲାହ। ସେ ନିଜ ଘରେ କରୁଛନ୍ତି ପରିବା ଚାଷ ।
ଏହାସହ ଅନ୍ୟ ଗୃହିଣୀ ମାନଙ୍କୁ ମଧ୍ୟ ଏଭଳି କରିବାର ଟିପ୍ସ ଦେବା ସହ ଘରେ ଘରେ ଏହି ପ୍ରଣାଳୀ ଆପଣାଇ ଚାଷ କରିବା ପାଇଁ ଉଦ୍ୟମ କରୁଛନ୍ତି ସେ। ତେବେ ସୁମଥା 2014ରୁ ଘରେ ପରିବା ଚାଷ କରିବା ଆରମ୍ଭ କରିଥିଲେ । ବଜାରରରୁ ଧୂଳିମିଶା ପନିପରିବା ନକିଣି ବର୍ତ୍ତମାନ ସେ ଘରେ ହିଁ ପୁଷ୍ଟିକ ଖାଦ୍ୟ ଖାଉଛନ୍ତି ।
ଘର ଭିତରେ ହିଁ ଷ୍ଟ୍ରବେରୀ ଚାରା ଲଗାଇ ଫଳ ମଧ୍ୟ ପାଇପାରୁଛନ୍ତି । ତେବେ ସେ ଦିଲ୍ଲୀରେ ଆୟୋଜିତ 33 ତମ ଉଦ୍ୟାନ ଫେଷ୍ଟିଭାଲରେ ନିଜେ ଲଗାଇଥିବା ଗଛର ପ୍ରଦର୍ଶନ କରିଥିଲେ । ସୁମଥୀ ତେଲେଙ୍ଗାନା କୃଷି ବିଶ୍ବବିଦ୍ୟାଳୟରୁ ତାଲିମ ନେବା ପରେ ସେ ନିଜ ଘରେ ହିଁ ଗଛ ଲଗାଇବା ଆରମ୍ଭ କରିଥିଲେ ।
ସୁମଥାଙ୍କ କିଚେନ ଗାର୍ଡେନର ତାଙ୍କର ସନ୍ତାନ ମଧ୍ୟ ସାହାଯ୍ୟ କରିଥାନ୍ତି । ଝିଅ ମନାଲୀଙ୍କ କହିବା ଅନୁସାରେ, ଘରେ ଲାଗିଥିବା ସବୁ ପନିପରିବା ଓ ଫଳ ଗଛ ଭିତରୁ ଷ୍ଟ୍ରବେରୀ ଗଛ ଭିନ୍ନ । କାରଣ ସାଧାରଣ ଏହି ଫଳ ସହଜରେ ମିଳିନଥାଏ । ଏହାସହ ଘରେ ଏପରି ଗଛ ଲଗାଇବା ଦ୍ବାରା ମନ ସହ ଶରୀର ସୁସ୍ଥ ରହିଥାଏ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ