ଓଡିଶା

odisha

ETV Bharat / bharat

ଚାଷ ପାଇଁ ସରକାରୀ ଚାକିରୀକୁ ଯୁବ ଚାଷୀଙ୍କ ବାଏ ବାଏ

କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାର ଜଣେ ପୂର୍ବତନ କନେଷ୍ଟବଳ ନିଜ ସରକାରୀ ଚାକିରୀକୁ ଛାଡି ଚାଷ କାମରେ ମନ ବଳାଇଛନ୍ତି ।

ଫଟୋ ସୌଜନ୍ୟ- ଏଏନଆଇ

By

Published : Nov 4, 2019, 12:50 PM IST

ବେଙ୍ଗାଲୁରୁ: ଆଜିକାଲିର ସମାଜ ଚାଷ କାମକୁ କଠିନ କାମ ଦର୍ଶାଇ ମୁହଁ ଫେରାଉଥିବା ବେଳେ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଯାହା ଫଳରେ ଚାଷ କାମକୁ କେହି ବୋଝ ବୋଲି ଭାବିବେ ନାହିଁ । କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାର ଜଣେ ପୂର୍ବତନ କନେଷ୍ଟବଳ ନିଜ ସରକାରୀ ଚାକିରୀକୁ ଛାଡି ଚାଷ କାମରେ ମନ ବଳାଇଛନ୍ତି ।

ନନ୍ଦିକୁର ଗାଁର 32 ବର୍ଷୀୟ ଶରଣଗୌଡ ପାଟିଲ । 2016 ମସିହାରେ ନିଜର ଚାକିରୀ ଛାଡିବା ପରେ ତେଲ ମିଲ ଓ ଫୁଲ ଚାଷରୁ ନିଜର କାମ ଆରମ୍ଭ କରିଥିଲେ । ତାଙ୍କ କହିବା କଥା ହେଲା 2014 ମସିହାରେ ସେ ନିଜ ପୋଲିସ କନେଷ୍ଟବଳ ଚାକିରୀରୁ ଇଚ୍ଛାକୃତ ଅବସର ନେବାକୁ ଭାବିଥିଲେ । ଆଉ ଚାକିରୀ ଛାଡିବା ପରେ ଚାଷ କାମ କରିବାକୁ ସେ ମନ ବଳାଇଥିଲେ ।

ଚାକିରୀ କ୍ଷେତ୍ରରେ ଦରମା ଭଲ ମିଳିଥିଲେ ବି ଚାଷ କାମରେ ସେ ଆତ୍ମ ସନ୍ତୁଷ୍ଟି ଲାଭ କରିଛନ୍ତି । କେବଳ ସେତିକି ନୁହେଁ ଆଜିର ସମାଜ ବ୍ୟବହାର କରୁଥିବା ଖରାପ ତେଲ ବିରୋଧରେ ତିଆରି କରିଛନ୍ତି ଅର୍ଗାନିକ ଅଏଲ । ଯାହା ଫଳରେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେ କହିଛନ୍ତି ।

ପ୍ରଥମେ ପ୍ରଥମେ ଚାଷ କାମରେ ସେତେଟା ଲାଭ ମିଳିନଥିଲା ମାତ୍ର ଧିରେ ଧିରେ ସେ ମାର୍କେଟ ରେସପନ୍ସକୁ ନଜରରେ ରଖି ନିଜର ଚାଷ କାମକୁ ତ୍ବରାନ୍ବିତ କରିଥିବା କହିଛନ୍ତି ଯୁବ ଚାଷୀ ଶରଣଗୌଡ ପାଟିଲ ।

ABOUT THE AUTHOR

...view details