ଓଡିଶା

odisha

ETV Bharat / bharat

ମିରଟର କୀଟନାଶକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଉତ୍ତରପ୍ରଦେଶର ମିରଟର ଏକ କୀଟନାଶକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ।

By

Published : Jun 15, 2019, 12:40 PM IST

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିରଟର ମୋହକମପୁର ଅଦ୍ୟୋଗିକ ଅଞ୍ଚଳରେ ଥିବା ଏକ କୀଟନାଶକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଲକ୍ଷାଧିକ ସାମଗ୍ରୀ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ 9ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନାନୂଯାୟୀ, ନିଆଁର ଭୟାବହ ଏତେ ମାତ୍ରାରେ ଥିଲା ଯେ ଆଖି ପିଛୁଳାକେ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରିରେ ବ୍ୟାପି ଯାଇଥିଲା । ତେବେ କୀଟନାଶକ ଫ୍ୟାକ୍ଟ୍ରି ନିକଟରେ ଥିବା ଅନ୍ୟ ଫ୍ୟାକ୍ଟ୍ରି ମଧ୍ୟ ନିଆଁ ବ୍ୟାପି ଯାଇ ଅନେକ କ୍ଷତି ହୋଇଥିବା ଜଣାପଡିଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ତାହା ଜଣାପଡିନାହିଁ ।

For All Latest Updates

ABOUT THE AUTHOR

...view details