ଓଡିଶା

odisha

ସୋସିଆଲ ମିଡିଆରେ କୋରୋନା ଔଷଧ ଦାବି, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

By

Published : May 6, 2020, 12:00 AM IST

COVID-19 ମେଡିସିନର ନକଲି ଡାକ୍ତରଙ୍କ ଦାବିକୁ ନେଇ ତାମିଲନାଡୁ ସରକାର ଗୁରୁତର ଦୃଷ୍ଟି ଦେଇଛନ୍ତି । COVID-19 ପାଇଁ କେନ୍ଦ୍ର ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ବିଭାଗ ଦ୍ବାରା ସେପରି କୌଣସି ମେଡିସିନ ଦିଆଯାଇ ନାହିଁ ବୋଲି ପ୍ରେସ ବିଜ୍ଞପ୍ତିରେ ଜାରି । ଅଧିକ ପଢନ୍ତୁ...

Medicine for COVID-19: Govt initiated action against Fake Siddha doctor
ସୋସିଆଲ ମିଡିଆରେ କୋରୋନା ମେଡିସିନ୍‌ ଦାବି, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଚେନ୍ନାଇ: ସୋସିଆଲ ମିଡିଆରେ COVID-19 ଔଷଧ ବାହାରି ଥିବା ଦାବି କରିଛନ୍ତି ଚେନ୍ନାଇର କୋୟମ୍ବେଡୁ ବସଷ୍ଟାଣ୍ଡ ନିକଟରେ ଥିବା ରତ୍ନ ସିଦ୍ଧ ହସ୍ପିଟାଲର ନକଲି ଡାକ୍ତର କେ. ଥିରୁଥନିକାଚଲମ୍ । COVID-19 ମେଡିସିନର ନକଲି ଡାକ୍ତରଙ୍କ ଦାବିକୁ ନେଇ ତାମିଲନାଡ଼ୁ ସରକାର ଗୁରୁତର ଦୃଷ୍ଟି ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ 4 ମେ 2020ରେ ଏକ ପ୍ରେସ ବିଜ୍ଞପ୍ତିରେ ଜାରି କରିଛନ୍ତି ।

ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, COVID-19 ପାଇଁ କେନ୍ଦ୍ର ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ବିଭାଗ ଦ୍ବାରା ସେପରି କୌଣସି ମେଡିସିନ ଦିଆଯାଇ ନାହିଁ। ଲୋକଙ୍କ ‘ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ମିଥ୍ୟା ଦାବି ବିରୋଧରେ ରାଜ୍ୟ ସରକାର କଠୋର କର୍ଯ୍ୟପନ୍ଥା ଗ୍ରହଣ କରିବେ । ଚେନ୍ନାଇ ପୋଲିସକ ନିକଟରେ ଅଭିଯୋଗ କରାଯାଇଛି ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି ପ୍ରେସ ବିଜ୍ଞପ୍ତିରେ ଚେତାବନୀ ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details