ଓଡିଶା

odisha

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନେଇ ଦିଲ୍ଲୀରେ ବଢୁଛି ଔଷଧୀୟ ବୃକ୍ଷର ଚାହିଦା

By

Published : Jun 16, 2020, 7:27 PM IST

ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ନିହାତି ଆବଶ୍ୟକ । ଏହା ଦ୍ବାରା ସମସ୍ତ ବଡ ବଡ ରୋଗ ଓ କୋରୋନା ଭାଇରସ ପରି ଭୁତାଣୁ ସହ ଲଢିବାରେ ସହଯୋଗ ହେବ । ଆଉ ଏହା ଔୟୁର୍ବେଦ ଔଷଧ ଦ୍ବାରା ବେଶି ସମ୍ଭବ ଅଟେ । ଅଧିକ ପଢନ୍ତୁ...

କୋରୋନା: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନେଇ ଦିଲ୍ଲୀରେ ବଢୁଛି ଔଷଧୀୟ ବୃକ୍ଷର ଚାହିଦା
କୋରୋନା: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନେଇ ଦିଲ୍ଲୀରେ ବଢୁଛି ଔଷଧୀୟ ବୃକ୍ଷର ଚାହିଦା

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲୋକମାନେ ବହୁତ ସକ୍ରିୟ ହୋଇଛନ୍ତି। ଲକଡାଉନ ଖୋଲିବା ପରଠାରୁ ଗିଲୋୟ, ଅଶ୍ୱଗନ୍ଧା, କାଲମେଘ, ତୁଳସି, ପୁଦିନା, ଅଁଳା, ଆଲୋଭେରା ଇତ୍ୟାଦି ଔଷଧୀୟ ବୃକ୍ଷ କିଣୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମଧ୍ୟ ଉପାୟ କୁହାଯାଇଛି । ଯାହା ପ୍ରଭାବଶାଳୀ ହେଉଥିବା ଦେଖିବାକୁ ମିଳିଛି । ଲୋକମାନେ ଏନର୍ଜି ଡ୍ରିଙ୍କ ଭାବରେ କାଢାର ସେବନ କରୁଛନ୍ତି ।

ଆୟୁଷ ମନ୍ତ୍ରଣାଳୟ କୋରୋନା ଯୁଦ୍ଧ ବିରୋଧରେ ତିନୋଟି ପ୍ରମୁଖ ଔଷଧକୁ ଆଧାର ଭାବେ ବର୍ଣ୍ଣନା କରିାଯାଇଛି । ଏହି 3ଟି ଔଷଧ ହେଉଛି ଅଶ୍ୱଗନ୍ଧା, ମୁଲେଠୀ ଏବଂ ଗିଲୋୟ । ପ୍ରତିଦିନ 15 ରୁ 20 ଜଣ ଲୋକ ଏହି ଉଦ୍ଭିଦ କିଣିବା ପାଇଁ ଦିଲ୍ଲୀ ୟୁପି ବୋର୍ଡରେ ଅବସ୍ଥିତ ନର୍ସରୀକୁ ଆସୁଛନ୍ତି ଏବଂ ବର୍ତ୍ତମାନ ଏଠାରେ ଗିଲୋୟର ଛୋଟ ଉଦ୍ଭିଦ ପ୍ରସ୍ତୁତ କରାଯାଇଛି, ଯାହାର ମୂଲ୍ୟ 30 ରୁ 50 ଟଙ୍କା ମଧ୍ୟରେ ରହିଛି । ଏହି ଉଦ୍ଭିଦଗୁଡିକ କୁଣ୍ଡରେ ସହଜରେ ଲଗାଯାଇପାରିବ ।

ବୃଦ୍ଧି ପାଉଛି ଅଁଳା-ଅଶ୍ୱଗନ୍ଧା ଚାହିଦା

ନର୍ସରୀ ଦାୟିତ୍ୱରେ ଥିବା ସତୀନ୍ଦ୍ର କହିଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଗିଲୋୟ ଏବଂ ତୁଳସୀ ପତ୍ରର 5ଟି ପତ୍ର ଖାଇବା ଦ୍ୱାରା ସହଜରେ ରୋଗ ସହ ଲଢିହେବ। ସେଗୁଡିକ କିଣିବାର ଇଚ୍ଛା ବର୍ତ୍ତମାନ ଲୋକଙ୍କ ମଧ୍ୟରେ ପରିଲିକ୍ଷିତ ହେଉଛି । ଏହାବ୍ୟତୀତ ଲୋକମାନେ ପ୍ରାକୃତିକ ବାୟୁ ବିଶୋଧନକାରୀ ଉଦ୍ଭିଦ ଖଜୁରୀ ଗଛ, ମନି ପ୍ଲାଣ୍ଟ, ସ୍ନେକ ପ୍ଲାଣ୍ଟ ଇତ୍ୟାଦି କିଣୁଛନ୍ତି । ଦିଲ୍ଲୀରେ କୋରୋନା ବୃଦ୍ଧି ଏବଂ ପ୍ରତିବର୍ଷ ପ୍ରଦୂଷଣ ବୃଦ୍ଧି ସମସ୍ତଙ୍କୁ ଜଣା । ତେଣୁ ଦିଲ୍ଲୀବାସୀ ନିଶ୍ଚିତ ଭାବରେ ଏହି ସମସ୍ତ ଉଦ୍ଭିଦରୁ କିଛି ମାତ୍ରାରେ ଆଶ୍ବସ୍ତି ପାଇବେ । ନିକଟରେ ନିର୍ମିତ ସମସ୍ତ ନର୍ସରୀରେ ଅଁଳା ଅଶ୍ବଗନ୍ଧାର ଚାହିଦା ବୃଦ୍ଧି ପାଇଛି ।

ଉଦ୍ଭିଦ କିଣିବା ପାଇଁ ଯାଇଥିବା ଜଣେ ଗ୍ରାହାକ କହିଛନ୍ତି ଯେ, ତାଙ୍କ ପିତାଙ୍କର କିଛି ସମୟ ପୂର୍ବରୁ ନିମୋନିଆ ହୋଇଥିଲା। ଏଭଳି ପରିସ୍ଥିତିରେ ଆୟୁର୍ବେଦିକ ଡାକ୍ତର ପରାମର୍ଶ ଦେଇଛନ୍ତି ଯେ, ସେ ଗିଲୋୟକୁ ତାଙ୍କ ଘରେ ରଖିବା ଉଚିତ। ଏହାପରେ ପିତା ଖୁବ କମ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ସେ କହିଛନ୍ତି । ଏହି ଔଷଧୀୟ ଉଦ୍ଭିଦଗୁଡିକର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।

ABOUT THE AUTHOR

...view details