ଓଡିଶା

odisha

ETV Bharat / bharat

ମୋଦିଙ୍କ ଆହ୍ବାନରେ କ୍ୟାଣ୍ଡେଲ ଜାଳିଲେ ଡାକ୍ତର, କାରଣ ଦର୍ଶାଅ ନୋଟିସ୍ ଜାରି - pm modi

ମୋଦିକ ଆହ୍ବାନରେ କ୍ୟାଣ୍ଡେଲ ଜାଳି ଡାକ୍ତର ହଟହଟା। କୋଲକାତା ସରକାର ପଠାଇଲେ କାରଣ ଦର୍ଶାଅ ନୋଟିସ। ଅଧିକ ଖବର ପଢନ୍ତୁ...

medical officer
ମୋଦିଙ୍କ ଆହ୍ବାନରେ କ୍ୟାଣ୍ଡେଲ ଜାଳିଲେ ଡାକ୍ତର, କାରଣ ଦର୍ଶାଅ ନୋଟିସ୍ ଜାରି

By

Published : Apr 13, 2020, 1:01 PM IST

କୋଲକାତା: ମୋଦିକ ଆହ୍ବାନରେ କ୍ୟାଣ୍ଡେଲ ଜାଳିଲେ ଡାକ୍ତର। ଏପଟେ ଡାକ୍ତରଙ୍କ ବିରୁଦ୍ଧରେ କୋଲକାତା ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପଶ୍ଚିମବଙ୍ଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜୈନିକ ଡାକ୍ତରଙ୍କୁ ରାଜ୍ୟସରକାରଙ୍କ କାରଣ ଦର୍ଶାଅ ନୋଟିସ ପରେ ଚାରିଆଡେ ଚର୍ଚ୍ଚା।

ସୂଚନା ଅନୁସାରେ, ଏପ୍ରିଲ 5ରେ ମୋଦିଙ୍କ ଆହ୍ବାନ କ୍ରମେ ସମଗ୍ର ଦେଶବାସୀଙ୍କୁ ଜରୁରୀକାଳୀନ ସମୟରେ ସେବାରତ କର୍ମଚାରୀମାନଙ୍କୁ ଏବଂ କୋରୋନା ମୁକାବିଲାରେ ସମଗ୍ର ଭାରତ ଏକ ଥିବା ବାର୍ତ୍ତା ଦେଇ କ୍ୟାଣ୍ଡେଲ,ଦ୍ବିପ,ଟର୍ଚ୍ଚ ଲାଇଟ୍ ଓ ଫ୍ଲାସ ଲାଇଟ ଜାଳିଥିଲେ। ଯାହା ପ୍ରତିପାଦନ କଲା କି ସମଗ୍ର ଭାରତ କୋରୋନା ଯୁଦ୍ଧରେ ଏକ ହୋଇ ଲଢେଇ ଜାରି ରଖିଛି।

ତେବେ ବର୍ତ୍ତମାନ ପରିସ୍ଥିତିରେ କୋଲକାତା ସରକାର ଜୈନିକ ଡାକ୍ତରଙ୍କୁ କଣ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ତାହା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

For All Latest Updates

ABOUT THE AUTHOR

...view details