ଓଡିଶା

odisha

ETV Bharat / bharat

ରାପିଡ ଟେଷ୍ଟିଂ କିଟରେ ତ୍ରୁଟି ସତ୍ତ୍ବେ ଚୀନରୁ ଆସିବ ମେଡିକାଲ ଉପକରଣ - ରାପିଡ ଟେଷ୍ଟିଂ କିଟରେ ତ୍ରୁଟି

ରାପିଡ ଟେଷ୍ଟିଂରେ ତ୍ରୁଟି ସତ୍ତ୍ବେ ଚୀନରୁ ଚିକିତ୍ସା ଉପକରଣ ଆମଦାନୀ ଜାରି ରଖିବ ଭାରତ । ସ୍ପଷ୍ଟ କଲା ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ରାପିଡ ଟେଷ୍ଟିଂ କିଟରେ ତ୍ରୁଟି ସତ୍ତ୍ବେ ଚୀନରୁ ଆସିବ ମେଡିକାଲ ଉପକରଣ
ରାପିଡ ଟେଷ୍ଟିଂ କିଟରେ ତ୍ରୁଟି ସତ୍ତ୍ବେ ଚୀନରୁ ଆସିବ ମେଡିକାଲ ଉପକରଣ

By

Published : Apr 24, 2020, 1:50 PM IST

ବେଞ୍ଜିଂ: ଭାରତରେ ବନ୍ଦ ରହିଛି ରାପିଡ ଟେଷ୍ଟିଂ । ଚୀନ ଦେଇଥିବା ଏହି କିଟରେ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଟେଷ୍ଟିଂ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଆଇସିଏମଆର । ଏହା ରାପିଡ ଟେଷ୍ଟିଂର ଯାଞ୍ଚ ଜାରି ରହିଛି । ଏଭଳି ପରିସ୍ଥିତି ଭାରତ ପୁଣି ଥରେ ଚୀନରୁ ଚିକିତ୍ସା ଉପକରଣ ଆମଦାନୀ କରିବ ବୋଲି ସ୍ପଷ୍ଟ କରିଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଚୀନରୁ ଚିକିତ୍ସା ଉପକରଣ ଆମଦାନୀ ଜାରି ରଖିବ ଭାରତ । ଗତ ଦୁଇ ସପ୍ତାହ ମଧ୍ୟରେ ଚୀନ୍‌ର ପାଞ୍ଚଟି ସହରରୁ ପ୍ରାୟ ଦୁଇ ଡଜନ ବିମାନ ଉଡାଣ ଭରିଛି । ଏହି ବିମାନ ଗୁଡିକରେ ପ୍ରାୟ 400 ଟନ ମେଡିକାଲ ସାମଗ୍ରୀ ଆସିବ ।

ଏହି ମେଡିକାଲ ଉପକରଣରେ ଆରଟି ପିସିଆର କୋରୋନା ଟେଷ୍ଟିଂ କିଟ୍‌, ପିପିଇ କିଟସ ଓ ଥର୍ମୋମିଟର ରହିଛି । ତେବେ ଆଗାମୀ ଆହୁରି 20 ବିମାନ ଚୀନ ଯିବାର ରହିଛି । ସୂଚନାଯୋଗ୍ୟ, ରାପିଡ ଟେଷ୍ଟିଂ କିଟରେ ତ୍ରୁଟପୂର୍ଣ୍ଣ ଥିବାନେଇ ରାଜସ୍ଥାନ ଓ ପଶ୍ଚିମବଙ୍ଗ ଅଭିଯୋଗ କରିଥିଲେ । ଏହାପରେ ଦେଶବ୍ୟାପୀ ଟେଷ୍ଟିଂ ବନ୍ଦ ରଖାଯାଇଛି ।

ABOUT THE AUTHOR

...view details