ଓଡିଶା

odisha

ETV Bharat / bharat

କୋରୋନା ମହାମାରୀରେ ରାଜ୍ୟକୁ କେନ୍ଦ୍ର ସହାୟତା - କୋରୋନା ମହାମାରୀ

କୋରୋନା ମହାମାରୀ ଆହ୍ବାନ ମଧ୍ୟରେ ରାଜ୍ୟକୁ ସମର୍ଥନ ଯୋଗାଇବା ପାଇଁ କେନ୍ଦ୍ର ସରକାର ନିରନ୍ତର ପଦକ୍ଷେପ ନେଇଛନ୍ତି । କୋରୋନା ସଙ୍କଟରୁ ମୁକୁଳିବା ଲାଗି କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ଆର୍ଥିକ ପ୍ୟାକେଜ ଆଣିବା ସହ ବିଭିନ୍ନ ସେକ୍ଟରକୁ ଦେଇଛନ୍ତି ସଞ୍ଜୀବନୀ । ଅଧିକ ପଢନ୍ତୁ...

କୋରୋନା ମହାମାରୀରେ ରାଜ୍ୟକୁ କେନ୍ଦ୍ର ସହାୟତା
କୋରୋନା ମହାମାରୀରେ ରାଜ୍ୟକୁ କେନ୍ଦ୍ର ସହାୟତା

By

Published : Jan 31, 2021, 10:41 PM IST

ହାଇଦ୍ରାବାଦ: କୋରୋନା ମହାମାରୀ ଆହ୍ବାନ ମଧ୍ୟରେ ରାଜ୍ୟକୁ ସମର୍ଥନ ଯୋଗାଇବା ପାଇଁ କେନ୍ଦ୍ର ସରକାର ନିରନ୍ତର ପଦକ୍ଷେପ ନେଇଛନ୍ତି । କୋରୋନା ସଙ୍କଟରୁ ମୁକୁଳିବା ଲାଗି କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ଆର୍ଥିକ ପ୍ୟାକେଜ ଆଣିବା ସହ ବିଭିନ୍ନ ସେକ୍ଟରକୁ ଦେଇଛନ୍ତି ସଞ୍ଜୀବନୀ । ତେବେ ଏସବୁ ମଧ୍ୟରେ ରାଜ୍ୟକୁ କଣ ଦିଆଯାଇଛି ଅଧିକା ବୁଷ୍ଚର ..

1. 2020-21 ଆର୍ଥିକ ବର୍ଷରେ ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ରାଜ୍ୟକୁ ଅତିରିକ୍ତ ଋଣ ଉଠାଣ ପାଇଁ ସୁଯୋଗ ।

2. ଏହି ଆତ୍ମନିର୍ଭର ଭାରତ ପ୍ୟାକେଜ ଜରିଆରେ କେନ୍ଦ୍ର ସରକାର ରାଜ୍ୟର ଋଣ ଉଠାଣ ସୀମା ଜିଏସଡିପିର 2 ପ୍ରତିଶତ ବଢାଇଛନ୍ତି । ଯାହାର ମୂଲ୍ୟ ପ୍ରାୟ 4.27 ଲକ୍ଷ କୋଟି ଟଙ୍କା ରହିଛି ।

3. ଅତିରିକ୍ତ 2 ପ୍ରତିଶତ ରାଜ୍ୟକୁ ଉଠାଣ ପାଇଁ ଅନୁମତି ଦେବା ପରେ ପ୍ରଥମ କିସ୍ତିର 0.5 ପ୍ରତିଶତ ସମସ୍ତ ରାଜ୍ୟ ନେଇପାରିବା ନେଇ ଗ୍ରୀନ ସିଗନାଲ ରହିଛି ।

ବାକି ଦ୍ବିତୀୟ ପର୍ଯ୍ୟାୟରେ ଜିଏସଡିପିର 1 ପ୍ରତିଶତ ରାଜ୍ୟ ସ୍ତରରେ ଲାଗୁ ସୁଧାର ହିସାବରେ ନେବାକୁ ଅନୁମତି ଅଛି । ଯେଉଁଥିରେ ପ୍ରତ୍ୟେକ ସୁଧାର ପାଇଁ 0.25 ପ୍ରତିଶତ ଯୋଗଦାନ ଅଛି । ଏଥିରେ ରହିଥିବା 4 ନୂଆ ଯୋଜନାରେ ..

ୱାନ ନେସନ ୱାନ ରାସନ କାର୍ଡ

ଇଜ ଅଫ ଡୁଇଙ୍ଗ ବିଜନେସ ସଂସ୍କାର

ସହରୀ ଗ୍ରାମୀଣ ସଂସ୍ଥା ( ଗ୍ରାମସଭା ଭଳି ..)

ପାୱାର ସେକ୍କଟ ସଂସ୍କାର

ଅବଶିଷ୍ଟ 0.5 ପ୍ରତିଶତ ଥିଲା ଉପରୋକ୍ତ ପଦକ୍ଷେପର 3 ଟି ପାଇଁ ସର୍ତ୍ତମୂଳକ

2020 ଡିସେମ୍ବର 30 ରେ 10ଟି ରାଜ୍ୟ ୱାନ ନେସ ୱାନ ରାସନ କାର୍ଡ ସିଷ୍ଟମକୁ ଲାଗୁ କରିଥିଲେ । 7 ଟି ରାଜ୍ୟ ଇଜ ଅଫ ଡୁଇଙ୍ଗ ବିଜନେସର ସଂସ୍କାରକୁ ଆପଣାଇଥିଲେ । ଏଥିସହ 2 ଟି ରାଜ୍ୟ ଲୋକାଲ ବଡି ସିଷ୍ଟମ ସୁଧାର କରିଥିଲେ ।

ଜିଏସ୍ଟି ରାଜସ୍ୱରେ କ୍ଷତି ପାଇଁ ରାଜ୍ୟମାନଙ୍କୁ କ୍ଷତିପୂରଣ

ରାଜ୍ୟକୁ ଦ୍ରବ୍ୟ ଓ ସେବା କର (ଜିଏସଟି) କ୍ଷତିପୂରଣର 13 ତମ କିସ୍ତି ଜାରି କଲା ଅର୍ଥ ମନ୍ତ୍ରାଳୟ । ସୋମବାର ମନ୍ତ୍ରାଳୟ ରାଜ୍ୟଗୁଡିକୁ 6,000 କୋଟି ଟଙ୍କା ପ୍ରଦାନ କରିଛି । ଏଥିସହ ଏବେ ସୁଦ୍ଧା ମୋଟ 78 ହଜାର କୋଟି ଟଙ୍କା ଜାରି କରାଯାଇଛି ବୋଲି ମନ୍ତ୍ରାଳୟ ସୂଚନା ଦେଇଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏବେ ସୁଦ୍ଧା ଆନୁମାନିକ ଜିଏସଟି କ୍ଷତିପୂରଣର 70 ପ୍ରତିଶତ ଅଂଶ ଜାରି କରାଯାଇ ସାରିଛି । ଜିଏସଟି ଲାଗୁ କରାଯିବା ପରେ ରାଜସ୍ବରେ 1.10 ଲକ୍ଷ କୋଟି ଟଙ୍କାର ଆନୁମାନିକ ହ୍ରାସ ଦେଖାଦେଇଛି । ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର 2020 ଅକ୍ଟୋବରରେ ଏକ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଥିଲା ।

ଅର୍ଥମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି , ଏହା ଜିଏସଟି କ୍ଷତିପୂରଣ ପାଇଁ ରାଜ୍ୟକୁ 6000 କୋଟି ଟଙ୍କାର 13 ତମ ସାପ୍ତାହିକ କିସ୍ତି ଜାରି କରିଛି । ଏଥିମଧ୍ୟରୁ 23 ରାଜ୍ୟକୁ 5,516.60 କୋଟି ଟଙ୍କା ଜାରି କରାଯାଇଛି । ଯେତେବେଳେ କି ବିଧାନସଭା ରହିଥିବା 3 କେନ୍ଦ୍ର ଶାସିତ ରାଜ୍ୟ (ଦିଲ୍ଲୀ, ଜାମ୍ମୁକାଶ୍ମୀର ଓ ପୁଡୁଚେରୀ)କୁ 483.40 କୋଟି ଟଙ୍କା ଜାରି ହୋଇଛି । ବିବୃତ୍ତି ଅନୁସାରେ କେନ୍ଦ୍ର ସରକାର ଏବେ ସୁଦ୍ଧା ସ୍ପେଶାଲ ୱିଣ୍ଡୋ ମାଧ୍ୟମରେ ହାରାହାରି 4.74 ପ୍ରତିଶତ ସୁଧ ହାରରେ 78,000 କୋଟି ଟଙ୍କା ଋଣ କରିଛନ୍ତି ।

ପୁଞ୍ଜି ଖର୍ଚ୍ଚ ପାଇଁ ରାଜ୍ୟଗୁଡିକୁ ସ୍ୱତନ୍ତ୍ର ସହାୟତା ପାଇଁ ଯୋଜନା

2020-21 ବର୍ଷରେ, ପୁଞ୍ଜି ବ୍ୟୟ ପାଇଁ ରାଜ୍ୟଗୁଡିକୁ ସ୍ୱତନ୍ତ୍ର ସହାୟତା ନେଇ କୋଭିଡ ମହାମାରୀ ଯୋଜନାରେ ରାଜସ୍ୱର ଅଭାବ ଯୋଗୁଁ ରାଜ୍ୟ ସରକାର ସମ୍ମୁଖୀନ ହେଉଥିବା ଆର୍ଥିକ ପରିସ୍ଥିତିକୁ ବିଚାରକୁ ନିଆଯାଇଛି ।ଏଥିରେ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯାଉଛି ।

ଏହି ଯୋଜନାରେ 8 ପୂର୍ବୋତ୍ତର ରାଜ୍ୟ ପାଇଁ 1600 କୋଟି ଋଣ (ପ୍ରତ୍ୟେକ 200 କୋଟି), ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ପାଇଁ 900 କୋଟି ଋଣ (ପ୍ରତ୍ୟେକ 450 କୋଟି), ଅବଶିଷ୍ଟ ରାଜ୍ୟଗୁଡିକ ପାଇଁ 7,500 କୋଟି ରହିଛି।

ABOUT THE AUTHOR

...view details