ଓଡିଶା

odisha

ETV Bharat / bharat

ଲକଡାଉନ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଦୂତାବାସମାନଙ୍କୁ ନିର୍ଦ୍ଦେଶ - ଲକଡାଉନ ନିୟମ

ଦେଶରେ ଲାଗୁହୋଇଥିବା ଲକଡାଉନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ଦୂତାବାସମାନଙ୍କୁ ନିର୍ଦ୍ଦେଶାନାମା ଜାରିକରିଛି । ଅଧିକ ପଢନ୍ତୁ...

MEA urges embassies to strictly follow lockdown guidelines
ଲକଡାଉନ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଦୂତାବାସମାନଙ୍କୁ ନିର୍ଦ୍ଦେଶ

By

Published : Apr 13, 2020, 6:16 PM IST

ନୂଆଦିଲ୍ଲୀ: ଦେଶରେ ଲାଗୁହୋଇଥିବା ଲକଡାଉନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ଦୂତାବାସମାନଙ୍କୁ ନିର୍ଦ୍ଦେଶାନାମା ଜାରିକରିଛି । ଏନେଇ ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି ।

ସରକାରୀ ସୂତ୍ରରୁ କୁହାଯାଇଛି, ‘ବୈଦେଶିକ ମନ୍ତ୍ରଣାଳୟ ନିୟମିତ ଭାବେ ଦୂତାବାସ ଓ ଏହାର କର୍ମଚାରୀଙ୍କ ପାଇଁ ଲକଡାଉନ ଗାଇଡଲାଇନକୁ ପାଳନ କରିବା ପାଇଁ ପରାମର୍ଶ ଜାରି କରିଆସୁଛି । ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଆମେ ବହୁତ ସୀମିତ ସଂଖ୍ୟକ କର୍ଫ୍ୟୁ ପାସ ଜାରି କରିଛୁ ।’ ଏହାକୁ ପାଳନ କରିବା ପ୍ରତ୍ୟେକଙ୍କ ମଙ୍ଗଳ ପାଇଁ ଉଦ୍ଧିଷ୍ଟ ବୋଲି ସୂତ୍ର ପ୍ରକାଶ କରିଛନ୍ତି ।

ଶନିବାର ଦିନ ଉରୁଗୁଏର ଜଣେ ମହିଳାଙ୍କୁ COVID-19 ଲକଡାଉନ ନିୟମ ଉଲଂଘନ କରିଥିବା ଦେଖିବାକୁ ମିଳିଥିଲା । ଏନେଇ ବସନ୍ତ ବିହାରରେ ଡ୍ୟୁଟିରେ ଥିବା ଦିଲ୍ଲୀ ପୋଲିସ କର୍ମଚାରୀ ତାଙ୍କୁ ପଚରାଉଚରା କରିଥିଲେ । ହେଲେ ସେ ପୋଲିସ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା । ବିନା ମାସ୍କରେ ଓ ଗ୍ଲୋଭସ ପିନ୍ଧି ସାଇକେଲ ଚଳାଉଥିବା ଏ ମହିଳା ଜଣଙ୍କ ନାମ ଆନା ଭାଲେଣ୍ଟିନା ଓବିସ୍ପୋ ହୋଇଥିବା ବେଳେ ସେ ଉରୁଗୁଏ ଦୂତାବାସର ଜଣେ କର୍ମଚାରୀ ରହିଥିବା ଗଣମାଧ୍ୟମରେ ପ୍ରକାଶ କରାଯାଇଛି ।

ଏହି ଘଟଣା ପରେ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ (ଆରଡବ୍ଲୁଏ) ର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଛନ୍ତି ଯେ, ‘ସେମାନେ ବସନ୍ତ ବିହାରର ବିଦେଶୀ ନାଗରିକଙ୍କୁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ କହୁଛନ୍ତି, କିନ୍ତୁ ସେମାନେ ପରାମର୍ଶକୁ ଗ୍ରହଣ କରୁନାହାଁନ୍ତି ।’

ଜାତୀୟ ରାଜଧାନୀ ଦିଲ୍ଲୀରେ, ବର୍ତ୍ତମାନ ସୁଦ୍ଧା 1,154ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ଭୂତାଣୁରେ ପୀଡିତ ହୋଇ 24 ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଓ ବାହାରକୁ ଯିବାବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଗତ 24 ଘଣ୍ଟାରେ 796ଟି ନୂଆ ମାମଲା ଚିହ୍ନଟ କରାଯିବା ପରେ ଭାରତରେ କୋରୋନା ପଜିଟିଭ ମାମଲା 9,152କୁ ବୃଦ୍ଧି ପାଇଛି । ସେହିପରି 308 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

@ANI

ABOUT THE AUTHOR

...view details