ଓଡିଶା

odisha

ETV Bharat / bharat

ଚାଷୀ ଆନ୍ଦୋଳନ: କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଭାରତର ବିରୋଧ

ଭାରତର ଚାଷୀ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ଉପରେ ଆପତ୍ତି ଜାହିର କରିଛି ଭାରତ । ଅଧିକ ପଢନ୍ତୁ...

By

Published : Dec 1, 2020, 3:56 PM IST

ଚାଷୀ ଆନ୍ଦୋଳନ: କାନାଡ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଭାରତର ବିରୋଧ
ଚାଷୀ ଆନ୍ଦୋଳନ: କାନାଡ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଭାରତର ବିରୋଧ

ନୂଆଦିଲ୍ଲୀ: ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଜାରି ଚାଷୀ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମେତ ଅନେକ ନେତା ଦେଇଛନ୍ତି ବୟାନ । ତେବେ ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ନେତାଙ୍କ ଏହି ବୟାନ ଉପରେ ଆପତ୍ତି ଜାହିର କରିଛି ଭାରତ । କାନାଡା ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜବାବ ସାମ୍ନାକୁ ଆସିଛି ।

କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଅନାବଶ୍ୟକ ବୋଲି କହିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଆମେ ଭାରତର ଚାଷୀ ଆନ୍ଦୋଳନ ବିରୋଧରେ କିଛି କାନାଡା ନେତାଙ୍କ ଟିପ୍ପଣୀ ଶୁଣିବାକୁ ପାଇଲୁ । ଏପରି ବୟାନ ଆନାବଶ୍ୟକ, କାରଣ ଏହା ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତ୍ରୀଣ ମାମଲା ସହ ଜଡିତ ବିଷୟ ।

ଗୁରୁ ନାନକ ଜୟନ୍ତୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶିଖ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ଏହି ସମୟ ମଧ୍ୟରେ ସେ ଭାରତରେ ଚାଷୀ ଆନ୍ଦୋଳନ ଉପରେ ଆଲୋକପାତ କରି କହିଥିଲେ ଯେ ଭାରତର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ।

ଜଷ୍ଟିନ ଟ୍ରୁଡୋ ତାଙ୍କ ମନ୍ତବ୍ୟରେ କରିଛନ୍ତି ଯେ କାନାଡା ସର୍ବଦା ଶାନ୍ତିପୂର୍ଣ୍ଣ ବିରୋଧର ଅଧିକାର ବିଷୟରେ କଥାବାର୍ତ୍ତା କରେ, କିନ୍ତୁ ଭାରତରେ ଯାହା ଘଟୁଛି ସେଠାରେ ସରକାରଙ୍କ ସହ ଆଲୋଚନା ହୋଇଛି। କେବଳ କାନାଡାର ପ୍ରଧାନମନ୍ତ୍ରୀ ନୁହଁନ୍ତି ଅନେକ ମନ୍ତ୍ରୀ ତଥା କାନାଡା ସରକାରଙ୍କ ଅନ୍ୟ ନେତାମାନେ ମଧ୍ୟ ଭାରତରେ ଚାଷୀ ପ୍ରଦର୍ଶନ ପ୍ରସଙ୍ଗ ଉଠାଇଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୂର୍ବରୁ ବିଜେପି ନେତା ରାମ ମାଧବ ମଧ୍ୟ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ କରିଛନ୍ତି। ଏହା ଅନ୍ୟ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁନାହିଁ କି ବୋଲି ଟ୍ବିଟ କରି ପ୍ରଶ୍ନ କରିଛନ୍ତି ରାମ ମାଧବ ।

ABOUT THE AUTHOR

...view details