ନୂଆଦିଲ୍ଲୀ: ଜଣେ ଚା' ବିକାଳିରୁ ଜୀବନ ଆରମ୍ଭ କରିଥିବା ଗୁଜୁରାଟର ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଧାନମନ୍ତ୍ରୀ । 2014ରେ ବିଜେପିର 'ଚାଏ ପେ ଚର୍ଚ୍ଚା' ଦଳକୁ ପ୍ରଚଣ୍ଡ ବହୁମତ ଦେବାରେ ସାହାଯ୍ୟ କରିଥିଲା । ଆଉ ଏବେ ଏହି ଚା'ର ରାଜନୀତି ଦିଲ୍ଲୀର ଆମ ଆଦମୀ ପାର୍ଟି ସହ ବି ଯୋଡି ହୋଇଯାଇଛି । ଆପ ମୁଖ୍ୟାଳୟ ସାମ୍ନାରେ ଏକ ଏମବିଏ ଡିଗ୍ରୀଧାରୀ ଖୋଲିଛନ୍ତି ଚା' ଦୋକାନ । ସେ କେବଳ ମାଗଣାରେ ଚା' ବିକ୍ରି କରୁନାହାନ୍ତି ବରଂ କେଜ୍ରିଓ୍ବାଲଙ୍କ ଯୋଜନାର ପ୍ରଚାର ମଧ୍ୟ କରୁଛନ୍ତି ।
ଦିଲ୍ଲୀର ଆମ ଆଦମୀ ପାର୍ଟି ମୁଖ୍ୟାଳୟ ସାମ୍ନାରେ ଏକ ଚା' ଷ୍ଟଲ ଖୋଲାଯାଇଛି । ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏଠାରୁ ଚା' ପିଇ ଷ୍ଟଲର ଉଦଘାଟନ କରିଛନ୍ତି । ଏହି ଷ୍ଟଲ ଚା'ର ଅନ୍ୟ ଷ୍ଟଲଗୁଡିକ ତୁଳନାରେ ଟିକିଏ ଭିନ୍ନ ।
ଚା' ଜରିଆରେ ନିର୍ବାଚନ ପ୍ରଚାର
ଏହି ଚା' ଷ୍ଟଲରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପୋଷ୍ଟର । ଏହାସହ ଦିଲ୍ଲୀ ସରକାରଙ୍କ ବିଭିନ୍ନ ଯୋଜନା ସହ ଜଡିତ ପୋଷ୍ଟର ମଧ୍ୟ ଦୋକାନରେ ଦେଖିବାକୁ ମିଳିଛି । ଷ୍ଟଲ କରିଥିବା ଯୁବକ ଜଣକ ଗୁଜୁରାଟରୁ ଆସିଥିବା ଜଣା ପଡିଛି ।