ଲକ୍ଷ୍ନୌ: ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟର ଶୋଚନୀୟ ପରାଜୟ ପରେ ନାରାଜ ଥିବା ବିଏସପି ସୁପ୍ରିମୋ ମାୟାବତୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି ।
ମେଣ୍ଟକୁ ନେଇ ମାୟା ନେଇପାରନ୍ତି ବଡ଼ ନିଷ୍ପତ୍ତି - ମାୟା
ଏସପି ସୁପ୍ରିମୋ ମାୟାବତୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି । ମାୟାବତୀଙ୍କ ସାମ୍ବାଦିକ ସମ୍ମିଳନୀ ଦିନ 11ଟାରେ ହେବାକୁ ଥିବା ବେଳେ ଏଥିରେ ସପା-ବସପା ମେଣ୍ଟକୁ ନେଇ କିଛି ବଡ ନିଷ୍ପତ୍ତି ନିଆଯାଇପାରେ । ସାମ୍ବାଦିକ ସମ୍ମିଳନୀ ନେଇ ମାୟାଙ୍କ ଭଣଜା ଆକାଶ ଆନନ୍ଦ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।

ଫାଇଲ ଫଟୋ
ମାୟାବତୀଙ୍କ ସାମ୍ବାଦିକ ସମ୍ମିଳନୀ ଦିନ 11ଟାରେ ହେବାକୁ ଥିବା ବଳେ ଏଥିରେ ସପା-ବସପା ମେଣ୍ଟକୁ ନେଇ କିଛି ବଡ ନିଷ୍ପତ୍ତି ନିଆଯାଇପାରେ । ଲୋକସଭା ନିର୍ବାଚନରେ ପାର୍ଟିର ନିରାଶଜନକ ପ୍ରଦର୍ଶନକୁ ନେଇ ମାୟାବତୀ କ୍ଷୋଭ ବ୍ୟକ୍ତ କରିବା ସହିତ ମେଣ୍ଟ ଉପରେ ନିର୍ଭର ନରହି ନିଜ ସଙ୍ଗଠନ ମଜବୁତ କରିବା ପାଇଁ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛିନ୍ତି ।
ମାୟା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଥିବା ବେଳେ ଉପ ନିର୍ବାଚନ ବସପା ଏକାକି ଲଢିବା ନେଇ ମାୟାଙ୍କ ଭଣଜା ଆକାଶ ଆନନ୍ଦ ଟ୍ବିଟ କରି ସୂଚନା ଦେଇଛନ୍ତି ।