ଓଡିଶା

odisha

ETV Bharat / bharat

ହାଥରସ ପୀଡିତାଙ୍କ ପରିବାରକୁ ପ୍ରଥମେ ଭେଟିଥିଲେ BSP ପ୍ରତିନିଧି ! - BSP ପ୍ରତିନିଧି

ହାଥରସ ପୀଡିତାଙ୍କ ପରିବାରକୁ ଭେଟିବାକୁ ଚାହୁଁଥିବା ବିରୋଧୀ ଦଳ ନେତାଙ୍କ ଉପରେ ଲାଠିଚାର୍ଜକୁ ନିନ୍ଦା କରିଛନ୍ତି ବିଏସପି ସଭାପତି ମାୟାବତୀ ।

Mayawati
ମାୟାବତୀ

By

Published : Oct 5, 2020, 2:57 PM IST

ଲକ୍ଷ୍ନୌ: ହାଥରସ ପୀଡିତାଙ୍କ ପରିବାରକୁ ଭେଟିବାକୁ ଚାହୁଁଥିବା ବିରୋଧୀ ଦଳ ନେତାଙ୍କ ଉପରେ ଲାଠିଚାର୍ଜକୁ ନିନ୍ଦା କରିଛନ୍ତି ବିଏସପି ସଭାପତି ମାୟାବତୀ । ମାୟାବତୀ ସୋମବାର ଦାବି କରିଛନ୍ତି ଯେ ତାଙ୍କ ଦଳର ପ୍ରତିନିଧିମାନେ ପ୍ରଥମ ଦିନ ଅର୍ଥାତ ସେପ୍ଟେମ୍ବର 28 ରେ ପୀଡିତାଙ୍କ ପରିବାରକୁ ଦେଖା କରିଥିଲେ।

ମାୟାବତୀ ଅଭିଯୋଗ କରିଛନ୍ତି ଯେ ପୀଡିତାଙ୍କ ପରିବାର ପାଖକୁ ଯାଇଥିବା ବିଏସପିର ଏକ ଟିମ୍ ସହ ପୋଲିସ ଦୁର୍ବବ୍ୟହାର କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିନିଧି ଦଳ ତାଙ୍କୁ ଦେଇଥିବା ରିପୋର୍ଟ ଏତେ ଦୁଃଖଦାୟକ ଯେ ଏହା ତାଙ୍କୁ ଗଣମାଧ୍ୟମକୁ ପାଖକୁ ଆସିବାକୁ ବାଧ୍ୟ କରିଥିଲା।

ଦୁଇଟି ଟ୍ବିଟ୍‌ରେ ବିଏସପି ମୁଖ୍ୟ କହିଛନ୍ତି, ‘ହାଥରସ ଗଣଦୁଷ୍କର୍ମ ପରେ ବିଏସପିର ଏକ ପ୍ରତିନିଧି ଦଳ ସେପ୍ଟେମ୍ବର 28 ରେ ପୀଡିତାଙ୍କ ପରିବାରକୁ ଭେଟିବା ଏବଂ ସଠିକ୍ ତଥ୍ୟ ଜାଣିବା ପାଇଁ ପ୍ରଥମେ ସେଠାକୁ ଯାଇଥିଲେ। ପରିବାରକୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ଡକାଯାଇଥିଲା । ଆଲୋଚନା ପରେ ଗ୍ରହଣ କରିଥିବା ରିପୋର୍ଟ ଅତ୍ୟନ୍ତ ଦୁଃଖଦାୟକ ଥିଲା’ ।

ଏହା ପରେ ଗଣମାଧ୍ୟମ ସହିତ ହୋଇଥିବା ଅସଦାଚରଣ ଏବଂ ବିରୋଧୀଦଳଙ୍କ ଉପରେ ପୋଲିସର ଲାଠୀଚାର୍ଜ ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ ଏବଂ ଲଜ୍ଜାଜନକ। ସରକାରଙ୍କ ଅହଂକାର ଏବଂ ଏକଛତ୍ରବାଦୀ ମନୋଭାବ ବଦଳାଇବାକୁ ସରକାରଙ୍କୁ ପରାମର୍ଶ ଦେଉଛି ନଚେତ୍ ଗଣତନ୍ତ୍ରର ମୂଳ ଦୁର୍ବଳ ହେବ ବୋଲି ସେ ଅନ୍ୟ ଏକ ଟ୍ବିଟରେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details