ଓଡିଶା

odisha

ETV Bharat / bharat

ସିଏମ୍‌ ପଦ ପାଇଁ ଅଖିଳେଶଙ୍କୁ ଧୋକା ଦେଲେ ମାୟାବତୀ ?

ଲୋକସଭା ନିର୍ବାଚନ ସମୟରେ ମାୟାବତୀଙ୍କୁ ପିଏମ୍‌ ହେବାର ଇଚ୍ଛାକୁ ସ୍ବୀକୃତି ଦେଇଥିଲେ ଅଖିଳେଶ । ଏହି ହିସାବରେ ମାୟାଙ୍କୁ ମଧ୍ୟ 2022 ନିର୍ବାଚନରେ ଅଖିଳେଶଙ୍କ ସିଏମ୍‌ ଦାବିଦାର ପାଇଁ ସହମତି ଦେବାକୁ ପଡିଥାନ୍ତା । ତେଣୁ ମାୟା ଏଭଳି କରିଥାନ୍ତି ବୋଲି କୁହାଯାଉଛି ।

By

Published : Jun 5, 2019, 11:58 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସରିବାର ମାତ୍ର 2 ସପ୍ତାହ ମଧ୍ୟରେ ଭାଙ୍ଗିଗଲା ମାୟା-ଅଖିଳେଶଙ୍କ ମେଣ୍ଟ । ଏହା ସହିତ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିର ରାସ୍ତା ମଧ୍ୟ ଅଲଗାଅଲଗା ହୋଇଗଲା । ତେବେ ମାୟାବତୀଙ୍କ ଏଭଳି ପଦକ୍ଷେପ ନେବାର କାରଣ କ'ଣ ଥିଲା । କାହିଁକି ସେ ଅଖିଳେଶଙ୍କୁ ଏଭଳି ଝଟକା ଦେଲେ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ତେବେ ମାୟାବତୀ ନିଜ ସ୍ବାର୍ଥ ପାଇଁ ମେଣ୍ଟ ଭାଙ୍ଗିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନ ସମୟରେ ମାୟାବତୀଙ୍କୁ ପିଏମ୍‌ ହେବାର ଇଚ୍ଛାକୁ ସ୍ବୀକୃତି ଦେଇଥିଲେ ଅଖିଳେଶ । ଏହି ହିସାବରେ ମାୟାଙ୍କୁ ମଧ୍ୟ 2022 ନିର୍ବାଚନରେ ଅଖିଳେଶଙ୍କ ସିଏମ୍‌ ଦାବିଦାର ପାଇଁ ସହମତି ଦେବାକୁ ପଡିଥାନ୍ତା । ତେଣୁ ମାୟା ଏଭଳି କରିଥାନ୍ତି ବୋଲି କୁହାଯାଉଛି ।

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ଏସପି-ବିଏସପି ମଧ୍ୟରେ ମେଣ୍ଟ ହୋଇଥିଲା । କିନ୍ତୁ ଆଗାମୀ ଉପ ନିର୍ବାଚନରେ ଦୁହେଁ ଅଲଗା ଅଲଗା ଲଢିବେ ବୋଲି ମାୟାବତୀ କହିଥିଲେ ।

ABOUT THE AUTHOR

...view details