ଓଡିଶା

odisha

ETV Bharat / bharat

ମୃତ ଓ ଆହାତଙ୍କୁ ଏକାଠି ନେବା ଘଟଣା: ହୃଦୟବିଦାରକ କହିଲେ ମାୟାବତୀ - ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ

ବହୁଜନ ସମାଜ ପାର୍ଟିର ସଭାପତି ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଔରାୟା ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ସମାନ ଟ୍ରକରେ ନେବା ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

mayabati
ମାୟାବତୀ

By

Published : May 18, 2020, 2:50 PM IST

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟିର ସଭାପତି ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଔରାୟା ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ସମାନ ଟ୍ରକରେ ନେବା ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସମ୍ବେଦନଶୀଳ ବୋଲି ମାୟାବତୀ କହିଛନ୍ତି। ପ୍ରଶାସନିକ ବ୍ୟବସ୍ଥା ଉପରେ ଖୋଳତାଡ କରି ସେ କହିଛନ୍ତି ଯେ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଗମ୍ଭୀରତାର ସହ ନେଉନାହାଁନ୍ତି। ଏହି ମାମଲାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମାୟାବତୀ ଦାବି କରିଛନ୍ତି।

ସେ ଟ୍ବିଟ କରି କହିଛନ୍ତି, ‘ ଔରାୟା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକ ଓ ଆହାତଙ୍କୁ ଗୋଟିଏ ଟ୍ରକରେ ସେମାନଙ୍କ ଘରକୁ ପଠାଇବା ହୃଦୟ ବିଦାରକ । ଏଥିରୁ ପ୍ରମାଣିତ ହେଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଗମ୍ଭୀରତାର ସହ ନିଆଯାଉନି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ’ ।

ଏହା ବ୍ୟତୀତ ମାୟାବତୀ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଅସହାୟତାର ଚିତ୍ର ଏବେ ବି ବାହାରକୁ ଆସୁଛି। ସେମାନଙ୍କୁ ଘରକୁ ପଠାଇବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବା ଉଚିତ୍। ଏହି କାରଣରୁ ଦେଶ ଆତ୍ମନିର୍ଭରଶୀଳ ହେବ । କେବଳ ଏତିକି ନୁହେଁ, ସେ ଅନେକ ସ୍ଥାନରେ ପୋଲିସର ଅତ୍ୟାଚାରକୁ ବିରୋଧ କରି କହିଛନ୍ତି ଯେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

ପ୍ରକାଶଥାଉକି , ଆହାତ ଶ୍ରମିକ ଓ ମୃତକ ଏକାଠି ବସିଥିବା ଏକ ଫଟୋ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଟ୍ବିଟ କରିଥିଲେ । ଏହାପରେ ଉତ୍ତରପ୍ରଦେଶ ସରକାର ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ।

ABOUT THE AUTHOR

...view details