ଚମୋଲି: ଉତ୍ତରାଖଣ୍ଡର ଚମୋଲି ନିକଟସ୍ଥ ଦେୱାଲ-ଘେସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଖାଇକୁ ଖସି ପଡିଛି ମ୍ୟାକ୍ସ ଗାଡି । ରବିବାର ସନ୍ଧ୍ୟାରେ ଏହି ଭୟାବହ ଦୁର୍ଘଟଣାରେ 8ଜଣଙ୍କ ମୃତ ହୋଇଥିବା ବେଳେ ଓ 2 ଜଣ ନିଖୋଜ ଅଛନ୍ତି । ଅଘଟଣ ପରେ ଘଟଣାସ୍ଥଳରେ ଏସଡିଆରଏଫ୍, ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଖାଇକୁ ଖସି ପଡ଼ିଲା ମ୍ୟାକ୍ସ ଗାଡି; 8 ମୃତ, 2 ନିଖୋଜ - ଉତ୍ତରାଖଣ୍ଡର ଚମୋଲି ଖବର
ଉତ୍ତରାଖଣ୍ଡର ଚମୋଲି ନିକଟସ୍ଥ ଦେୱାଲ-ଘେସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଗଭୀର ଖାଇକୁ ଖସି ପଡ଼ିଲା ମ୍ୟାକ୍ସ ଗାଡି, 8 ମୃତ, 2 ନିଖୋଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ
ସୂଚନା ଅନୁସାରେ ଗାଡିରେ 18 ଜଣ ଲୋକ ବସିଥିଲେ । ଏହି ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ 5 ଜଣ ଗରୁତର ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀ ପରିଜନଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ଯାଉଥିଲେ ।
ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।