ଓଡିଶା

odisha

ETV Bharat / bharat

ସରକାରଙ୍କୁ ସହଯୋଗ କରିବାକୁ ଅପିଲ କଲେ ତବଲିଗୀ ଜମାତ ମୁଖ୍ୟ ମୌଲାନା

ତବଲିଗୀ ଜମାତର ପ୍ରମୁଖ ମୌଲାନା ସାଦ ଆଉ ଏକ ଅଡିଓ ମେସେଜ ଜାରି କରିଛନ୍ତି । ଏଠାରେ ସେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ।

maulana saad
ତବଲିଗୀ ଜମାତ ମୁଖ୍ୟ ମୌଲାନା

By

Published : Apr 20, 2020, 12:17 PM IST

ନୂଆଦିଲ୍ଲୀ: ତବଲିଗୀ ଜମାତର ପ୍ରମୁଖ ମୌଲାନା ସାଦ ଆଉ ଏକ ଅଡିଓ ମେସେଜ ଜାରି କରିଛନ୍ତି । ଏଠାରେ ସେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । କୋରୋନା ଭାଇରସ ସହ ଲଢିବା ପାଇଁ ସରକାରଙ୍କୁ ସାହାଯ୍ୟ କରନ୍ତୁ ବୋଲି ସେ ଏଠାରେ କହିଛନ୍ତି ।

ମାରକାଜ୍ ମାମଲାରେ ଦୋଷୀ ମୌଲାନା ସାଦ୍ କହିଛନ୍ତି, ‘ ଏହି ମହାମାରୀର ମୁକାବିଲା କରିବାର ସମୟ ଆସିଛି ଯେଉଁଥିପାଇଁ ମୁଁ ସମସ୍ତ ଲୋକଙ୍କୁ ସରକାରଙ୍କ ସହ ସହଯୋଗ କରିବାକୁ ଅନୁରୋଧ କରୁଛି। ଏଥି ସହିତ ଚାରିପାଖରେ ରହୁଥିବା ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ ଯାହା ଦ୍ବାରା ଆପଣ ଠିକ୍ ଉପାୟରେ ଚିକିତ୍ସିତ ହୋଇପାରିବେ’।

ପ୍ରକାଶଥାଉକି, ଏହା ପୂର୍ବରୁ ବି ମୌଲାନା ସାଦ୍ ଏକ ଅଡିଓ ରିଲିଜ କରିଥିଲେ । ସେ ସେହି ଅଡିଓରେ ସେ ସାମାଜିକ ଦୂରତା ରଖିବାକୁ ମନା କରିବା ସହ ମସଜିଦ୍ ଆସନ୍ତୁ ବୋଲି କହିଥିଲେ । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏହାସହ କ୍ରାଇମ ବ୍ରାଞ୍ଚ ମଧ୍ୟ ଦୀର୍ଘ ସମୟ ଧରି ତାଙ୍କୁ ଖୋଜୁଥିଲା। ଏଥିସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମୌଲାନା ସାଦଙ୍କୁ ନୋଟିସ ଜାରି କରାଯାଇଛି।

ABOUT THE AUTHOR

...view details