ଓଡିଶା

odisha

ETV Bharat / bharat

ସେଲ୍ଫ ଆଇସୋଲେସନ ପରେ ତଦନ୍ତ ପାଇଁ ମୌଲାନା ସାଦ ପ୍ରସ୍ତୁତ: ଓକିଲ - ମୌଲାନା ସାଦ

ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗୀ ଜମାତ୍‌ ଘଟଣାରେ ମୌଲାନା ମହମ୍ମଦ୍‌ ସାଦ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏବେ ସଂଗଠନର ପ୍ରତିନିଧିତ୍ବ କରୁଥିବା ଜଣେ ଓକିଲ କହିଛନ୍ତି ଯେ ତବଲିଗୀ ଜମାତ ମାର୍କାଜର ମୁଖ୍ୟ ମହମ୍ମଦ ସାଦ ସେଲ୍ଫ ଆଇସୋଲେସନରେ ରହିଛନ୍ତ । ଆଠରୁ ନଅ ଦିନ ମଧ୍ୟରେ ସେ ସମସ୍ତ ନିକଟରେ ଉପସ୍ଥିତ ରହିବେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 8, 2020, 7:17 AM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କୋରୋନାଭାଇରସ୍ ବିସ୍ତାର କରିବାରେ ତବଲିଗୀ ଜମାତ କାର୍ଯ୍ୟକ୍ରମରେ ଜଡିତ ଲୋକମାନେ ଅଧିକ ରହିଛନ୍ତି । ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗୀ ଜମାତ୍‌ ଘଟଣାରେ ମୌଲାନା ମହମ୍ମଦ୍‌ ସାଦ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏବେ ସଂଗଠନର ପ୍ରତିନିଧିତ୍ବ କରୁଥିବା ଜଣେ ଓକିଲ କହିଛନ୍ତି ଯେ ତବଲିଗୀ ଜମାତ ମାର୍କାଜର ମୁଖ୍ୟ ମହମ୍ମଦ ସାଦ ସେଲ୍ଫ ଆଇସୋଲେସନରେ ରହିଛନ୍ତ । ଆଠରୁ ନଅ ଦିନ ମଧ୍ୟରେ ସେ ସମସ୍ତ ନିକଟରେ ଉପସ୍ଥିତ ରହିବେ ।

ଦେଶରେ 1000 ରୁ ଅଧିକ କୋରୋନାଭାଇରସ୍ ମାମଲା ସହ ଜଡିତ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଲକଡାଉନ୍ ନିୟମ ଉଲ୍ଲଂଘନ କରି ଏକ ଧାର୍ମିକ ସମାବେଶ ଆୟୋଜନ କରିଥିବା ଅଭିଯୋଗ ହୋଇଛି । ମହମ୍ମଦ ସାଦଙ୍କ ବିରୋଧରେ ଏଫଆଇଆର ଦାଖଲ ହେବା ପରେ ସେ ଲୁଚି ରହିଥିବା ଜଣାପଡିଛି।

ଆଡଭୋକେଟ୍ ଟୌଓସେଫ୍ ଖାନ୍ କହିଛନ୍ତି, ସେ କ୍ବାରେଣ୍ଟିନରେ ଅଛନ୍ତି | ଏଥିରୁ ବାହାରିବା ପାଇଁ ଆଠରୁ ନଅ ଦିନ ଲାଗିବ | ଯଦି ଅନୁସନ୍ଧାନକାରୀ ଅଧିକାରୀ ଆମକୁ ଅନୁସନ୍ଧାନରେ ଜଡିତ କରିବାକୁ ଚାହାଁନ୍ତି, ତେବେ ଆମେ ପ୍ରସ୍ତୁତ ଅଛୁ ।

ଖାନ କହିଛନ୍ତି ଯେ ମହମ୍ମଦ ସାଦଙ୍କ ବିରୋଧରେ ମହାମାରୀ ରୋଗ ଅଧିନିୟମ, ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ଭାରତୀୟ ଦଣ୍ଡବିଧି ସଂହିତା ବିଭାଗଗୁଡିକ ଜାମିନ ଯୋଗ୍ୟ । ତେଣୁ ଏଥିରେ ଭୟଭୀତ ହେବାର ନାହିଁ । ସେ କହିଛନ୍ତି,ଏହି ଅପରାଧ ପାଇଁ ସର୍ବାଧିକ ଦଣ୍ଡ ଦୁଇ ବର୍ଷ, ତେଣୁ ସେମାନେ ଜାମିନ ମିଳିଯିବ ।

@IANS ଇନପୁଟ

ABOUT THE AUTHOR

...view details