ନୂଆଦିଲ୍ଲୀ: ଦିଲ୍ଲୀ-NCR ଓ ପଞ୍ଜାବ, ହରିୟାଣା, କାଶ୍ମୀର ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀଵ୍ରତା 6.1 ଥିଲା ।
ପାକିସ୍ତାନରେ ଭୂକମ୍ପ, ଥରିଲା ଉତ୍ତର ଭାରତ - ଦିଲ୍ଲୀରେ ଭୂମିକମ୍ପ
ଦିଲ୍ଲୀ-NCR ସମତେ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ଅଧିକ ଖବର ପଢନ୍ତୁ...

ଫାଇଲ ଫଟୋ
ଜାତୀୟ ରାଜଧାନୀ ଦିଲ୍ଲୀ ବ୍ୟତୀତ କାଶ୍ନୀରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ର ପାକିସ୍ତାନ ଥିଲା । ଲାହୋର ଠାରୁ 173 କିଲୋମିଟର ଦୂରରେ ରହିଥିଲା ଏହି ଭୂ-କମ୍ପରେ କେନ୍ଦ୍ର । ପାକିସ୍ତାନର ଜାଟଲାନ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ବୋଲି ସୂଚନା ରହିଛି । ଏଥିଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷତିର ଖବର ଆସିନାହିଁ ।