ଓଡିଶା

odisha

ETV Bharat / bharat

କାହିଁକି ମୁମ୍ବାଇ ବିମାନ ବନ୍ଦରରେ ପଡି ରହିଛି ଚୀନ ସାମଗ୍ରୀ ? - mumbai airport traders

ଚାଇନାର ସାମଗ୍ରୀକୁ ବଏକଟ କରିବା ଅଭିଯାନ ତୀବ୍ର ହୋଇଛି । ଯେଉଁଥି ପାଇଁ ଚାଇନାରୁ ଆସିଥିବା ସାମଗ୍ରୀ ମୁମ୍ବାଇ ବିମାନ ବନ୍ଦରରେ ପଡି ରହିଛି।

 ମୁମ୍ବାଇ ବିମାନ ବନ୍ଦରରେ ପଡିରହିଛି ଚୀନ ସାମଗ୍ରୀ
ମୁମ୍ବାଇ ବିମାନ ବନ୍ଦରରେ ପଡିରହିଛି ଚୀନ ସାମଗ୍ରୀ

By

Published : Jun 27, 2020, 5:24 PM IST

ମୁମ୍ବାଇ: କିଛି ଦିନ ହେବ ଭାରତ-ଚୀନ ସୀମାରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିବା ପରେ ସୀମାରେ ଯୁଦ୍ଧ ପ୍ରାୟ ସ୍ଥିତି ଉପୁଜିଛି । ଏହି ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ଏହି ଉତ୍ତେଜନା ପରଠାରୁ ଭାରତରେ ଚୀନ ବିରୋଧୀ ଭାବନା ବୃଦ୍ଧି ପାଇବାରେ ଲାଗିଛି। ଏଥିସହିତ ଚୀନ ସାମଗ୍ରୀକୁ ବଏକଟ କରିବା ଅଭିଯାନ ତୀବ୍ର ହୋଇଛି । ଏହି ସମୟରେ ମୁମ୍ବାଇ ବିମାନ ବନ୍ଦରରେ ପଡି ରହିଛି ଚୀନରୁ ଆସିଥିବା ସାମଗ୍ରୀ ।

ତେବେ ଜୁନ 23ରୁ ଚୀରୁ ଆସୁଥିବା କୌଣସି ସାମଗ୍ରୀକୁ 100 ପ୍ରତିଶତ ମାନୁଆଲ ଯାଞ୍ଚ କରାଯାଉଛି । ସମସ୍ତ ପ୍ରକ୍ରିୟା ହେତୁ କ୍ଲିୟରାନ୍ସରେ ଅଧିକ ସମୟ ଲାଗୁଛି । ପୂର୍ବରୁ 70 ପ୍ରତିଶତ ହିଁ ଯାଞ୍ଚ କରାଯାଇଥିଲା । ମୁମ୍ବାଇ ବିମାନବନ୍ଦରରେ ପ୍ରତ୍ୟେକ ମୋବାଇଲ୍ ଫୋନ୍, ପ୍ରତ୍ୟେକ ସାମଗ୍ରୀ ଯାଞ୍ଚ କରାଯାଉଛି। କଷ୍ଟମ୍ ବିଭାଗ ପାଇଁ ଏହା ଏକ ବଡ କାର୍ଯ୍ୟ ।

ଏହି କାରଣରୁ ଶିଳ୍ପ ପାଇଁ ଅସୁବିଧା ଉପୁଜିଛି । ଏହି କାରଣରୁ ବ୍ୟବସାୟୀମାନଙ୍କୁ ସାମଗ୍ରୀ ବିତରଣରେ ବିଳମ୍ବ ହେଉଛି । କେତେକ ପରିସ୍ଥିତିରେ ଆମଦାନୀ ମଧ୍ୟ ପ୍ରଭାବିତ ହେଉଛି । ପ୍ରକାଶଥାଉକି, ଏହି କ୍ଷେତ୍ରରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଆଣ୍ଡ କମର୍ସ ଇଣ୍ଡଷ୍ଟ୍ରି ଯଥା FICCI ଓ ଇଣ୍ଡିଆ ସେଲୁଲାର୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍ (ICEA) ସରକାରଙ୍କୁ ଏକ ଚିଠି ଲେଖିଛନ୍ତି । ଏହା ସହିତ ଚୀନରୁ ସାମଗ୍ରୀ ଆମଦାନୀ ଉପରେ ସରକାରଙ୍କ ନୀତି ଉପରେ ସ୍ପଷ୍ଟୀକରଣ ଲୋଡିଛନ୍ତି ।

ABOUT THE AUTHOR

...view details