ବେଙ୍ଗାଲୁରୁ: କୋରୋନା ବିପଦକୁ ପରାସ୍ତ କରିବା ପାଇଁ ସ୍ବଚ୍ଛତା , ସାମାଜିକ ଦୂରତା ଅତ୍ୟଧିକ ଜରୁରୀ । ଏପରିସ୍ଥଳେ ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ୍ (ବିବିଏମପି) କହିଛି ଯେ ସହରରେ ଛେପ ପକାଇବା, ପରିସ୍ରା କରିବା, ଅପରିସ୍କାର କରିବା ଏବଂ ମାସ୍କ ନପିନ୍ଧିଲେ 1000 ଟଙ୍କା ଜୋରିମାନା ଦେବାକୁ ପଡିବ ।
ବିବିଏମପି କମିଶନର ବି.ଏଚ ଅନିଲ କୁମାର କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି, ଅନୁଷ୍ଠାନ, ସଂଗଠନ ଇତ୍ୟାଦି ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ଏପିଡେମିକ୍ ରୋଗ ଅଧିନିୟମ, 1897 ଅଧୀନରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯଦି କେହି ପୁନର୍ବାର ଉଲ୍ଲଂଘନ କରନ୍ତି, ତେବେ ବିବିଏମପି କୁ 2,000 ଟଙ୍କା ଜୋରିମାନା ଦେବାକୁ ପଡିବ |