ତିନି ସ୍ତରୀୟ ମାସ୍କ୍ ହିଁ ସର୍ବଦା ଭଲ୍
ଠିକ୍ ଲୋକଙ୍କ ପାଇଁ ସଠିକ ମାସ୍କ୍
ଦେଶରେ କୋଭିଡ ମାମଲା ବଢି ବଢି ଚାଲିଥିବା ବେଳେ ଲକଡାଉନ କଟକଣା ବି କୋହଳ ହୋଇସାରିଛି । ବେପାରବାଣିଜ୍ୟ ଓ ପରିବହନ ପୁରାଦମରେ ଚାଲିଛିା ଅଳ୍ପ ଜାଗାରେ ଲୋକଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ସତର୍କତାମୂଳକ ପଦକ୍ଷେପ ନେଇ ସୁରକ୍ଷିତ ଓ ଫିଟ୍ ରହିବା ସମସ୍ତଙ୍କ ପାଇଁ ଏକାନ୍ତ ଜରୁରୀ । ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ମଧ୍ୟରୁ ମାସ୍କ ପିନ୍ଧିବା ହେଉଛି ମୁଖ୍ୟ । ବର୍ତମାନ କୋଭିଡ ମାମଲା ଅହେତୁକ ଭାବେ ବଢିବା ଦୃଷ୍ଟିରୁ ଲୋକଙ୍କ ପାଇଁ କେଉଁ ପ୍ରକାର ମାସ୍କ ପିନ୍ଧିବା ଦରକାର,ତାହା ଜାଣିବା ନିତାନ୍ତ ଜରୁରୀ । ସାଧାରଣ ଲୋକେ ପିନ୍ଧୁଥିବା ମାସ୍କ,
ସ୍ୱାସ୍ଥ୍ୟକର୍ମୀ ପିନ୍ଧୁଥିବା ମାସ୍କଠାରୁ ଅଲଗା ରହିଥାଏ । ତେବେ, ମାସ୍କ ପିନ୍ଧିବା ବେଳେ ବି କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଆସନ୍ତୁ ଜାଣିବା କଣ ରହିଛି ଗାଇଡଲାଇନ୍ସ ।
ମାସ୍କ୍ର ପ୍ରକାର ଭେଦ-
ମେଡିକାଲ ମାସ୍କ
କୋଭିଡ ପ୍ରଭାବିତ ଅଂଚଳରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟମାନଙ୍କୁ ଏନ୯୫ ମେଡିକାଲ ମାସ୍କ ବ୍ୟବହାର କରିବାକୁ ପଡିବ । ବିଭିନ୍ନ ମେଡିକାଲ ଡିପାର୍ଟମେଂଟରେ କାମ କରୁଥିବା ପେଷାଦାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ଏନ୯୫ ମାସ୍କ ପିନ୍ଧିବାକୁ ପଡିବ । କୋଭିଡ ଅଂଚଳ ହେଉ ବା ନ ହେଉ, ଦୀର୍ଘକାଳିନ ରୋଗୀ ସେବା କେନ୍ଦ୍ରଗୁଡିକରେ ମଧ୍ୟ ଏଭଳି ମାସ୍କ ବ୍ୟବହାର ହେବା ଜରୁରୀ ।
କୋରୋନା ସଂକ୍ରମିତ ବି ପିନ୍ଧିବେ ମେଡିକାଲ ମାସ୍କ
କୋରୋନା ସଂକ୍ରମିତ ଅଞ୍ଚଳରେ ୬୦ ବର୍ଷ ବୟସରୁ ଅଧିକ ଲୋକ ଓ ଜଟିଳ ରୋଗରେ ପୀଡିତ ଲୋକେ ବି ଏନ୯୫ ମାସ୍କ ପିନ୍ଧିବା ଜରୁରୀ ।
ଯେଉଁଠ କୋରୋନା ପ୍ରଭାବିତଙ୍କଠାରୁ ସାମାଜିକ ଦୂରତ୍ୱ ବଜାୟ ରଖିବା କଷ୍ଟକର, ସେଠାରେ ଏହି ମେଡିକାଲ ମାସ୍କ ପିନ୍ଧିବା ଜରୁରୀ ।
ସବ ର୍ସାଧାରଣଙ୍କ ପାଇଁ ସରଳ ମାସ୍କ
. କୋରୋନା ଭୂତାଣୁ ଦ୍ରୁତ ଗତିରେ ବିସ୍ତାର ହେଉଥିଲା ବେଳେ ନିଜର ନିତିଦିନିଆ କାମରେ
ବାହାରକୁ ଯାଉଥିବା ଓ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରୁଥିବା ଲୋକେ ସହଜ ଓ ସରଳ ମାସ୍କ
ପିନ୍ଧିବା ଜରୁରୀ ।