ଲକ୍ଷ୍ନୌ: ଦିନକୁ ଦିନ ଶିଶୁ ଓ ନାବାଳିକାଙ୍କ ଉପରେ ବଢିବାରେ ଲାଗିଛି ଅତ୍ୟାଚାରର ମାତ୍ରା । କେବେ ଶିଶୁଙ୍କୁ ଜବରଦସ୍ତି ବିବାହ କରାଯାଉଛି ତ କେତେବେଳେ ପୁଣି ହଜାର ସଚେତନତା ବାଦ ବି ସେମାନଙ୍କ ସହ ହେଉଛି ଦୁଷ୍କର୍ମ । ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜ୍ଜାଫରନଗରରେ । ସ୍ଥାନୀୟ ବୁଢାନା ନିକଟବର୍ତ୍ତୀ କୋତବାଲି ଗାଁରେ ଏକ 10 ବର୍ଷର ନାବାଳିକାକୁ ନିଜ ବଡ ଭଉଣୀର ଦିଅର ସହ ବିବାହ କରାଇବା ପରେ ନାବାଳିକାର ଶ୍ବଶୂର ତା’ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଏହି ଦୁଷ୍କର୍ମ କଥା ଜାଣିବା ପରେ ନାବାଳିକାକୁ ତା’ର ସ୍ବାମୀ ଛାଡପତ୍ର ଦେଇଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ନାବାଳିକା ଜଣଙ୍କୁ ବଡ ଭଉଣୀର ଦିଅର ସହ ଅସଂଯତ ଅବସ୍ଥାରେ ଦେଖିବା ପରେ ଘର ଲୋକେ ସେମାନଙ୍କର ଗତ ଫେବୃଆରୀ ମାସରେ ବିବାହ କରାଇଥିଲେ । ଏଥିରେ 5 ଲକ୍ଷ ଟଙ୍କାର ନଗଦ ରକମ ମଧ୍ୟ ବର ପକ୍ଷଙ୍କୁ ଦିଆଯାଇଥିଲା । ବିବାହ ପରେ ନାବାଳିକାର ଶାଶୂ ଝିଅକୁ ଜବରଦସ୍ତି ଶ୍ବଶୂରଙ୍କ ପାଖରେ ଛାଡିବା ପରେ ଶ୍ବଶୂର ତା’ ସହ ଦୁଷ୍କର୍ମ କରୁଥିଲେ । ଏନେଇ ଜାଣିବା ପରେ ନାବାଳିକାର ସ୍ବାମୀ ଝିଅକୁ ଜେଣତେଣ ପ୍ରକାର ବାହାନା କରି ଘରେ ନେଇ ଛାଡି ଦେଇଥିଲେ । ପରେ ଛାଡପତ୍ର ଦେଇଥିଲେ ।