ଓଡିଶା

odisha

ETV Bharat / bharat

କୋରୋନା ବୃଦ୍ଧି କାରଣରୁ ଦିଲ୍ଲୀରେ ବନ୍ଦ ହୋଇପାରେ ବଜାର:ସର୍ଭେ - corona crises

ଦିଲ୍ଲୀରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମିତ ସଂଖ୍ୟା । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଟ୍ରେଡର୍ସ ଆସୋସିଏସନ ପକ୍ଷରୁ ବଜାର ବନ୍ଦ କରିବା ନେଇ ଆଲୋଚନା ଚାଲିଛି । ଅଧିକ ପଢନ୍ତୁ...

କୋରୋନା ବୃଦ୍ଧି କାରଣରୁ ଦିଲ୍ଲୀରେ ବନ୍ଦ ହୋଇପାରେ ବଜାର:ସର୍ଭେ
କୋରୋନା ବୃଦ୍ଧି କାରଣରୁ ଦିଲ୍ଲୀରେ ବନ୍ଦ ହୋଇପାରେ ବଜାର:ସର୍ଭେ

By

Published : Jun 14, 2020, 3:59 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢୁଥିବା କୋରୋନା ଭାଇରସ ମାମଲାରେ ଦିଲ୍ଲୀର ବ୍ୟବସାୟୀମାନେ ଭୟଭୀତ ଅଛନ୍ତି । ଏପରି ପରିସ୍ଥିତିରେ ଦିଲ୍ଲୀ ବଜାର ବନ୍ଦକୁ ନେଇ ଏକ ଅନଲାଇନ ସର୍ଭେ ମାଧ୍ୟମରେ ଦିଲ୍ଲୀର ଟ୍ରେଡର୍ସ ଆସୋସିଏସନ ଦିଲ୍ଲୀର କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT)ର ମତାମତ ଲୋଡିଛି । ସିଏଆଇଟିର ସର୍ବେକ୍ଷଣରେ, 2800 ବ୍ୟବସାୟୀ ସଙ୍ଗଠନକୁ ପ୍ରଶ୍ନ ପଚରାଯାଇଥିଲା, ସେଥିମଧ୍ୟରୁ 2610ଟି ଉତ୍ତର ମିଳିଛି ।

ସିଏଆଇଟି ସର୍ଭେ

99.4 ପ୍ରତିଶତ ବ୍ୟବସାୟୀ ବିଶ୍ବାସ କରନ୍ତି ଯେ, ଦିଲ୍ଲୀରେ କୋରୋନା ଦ୍ରୁତ ଗତିରେ ବ୍ୟାପିଛି ।

92.8 ପ୍ରତିଶତ ବ୍ୟବସାୟୀ ବିଶ୍ବାସ କରନ୍ତି ଯେ, ବଜାର ଖୋଲା ରହିଲେ କୋରୋନା ଆହୁରି ବିସ୍ତାର ହେବ ।

ସେହିପରି ଦିଲ୍ଲୀର କୋରୋନା ସଂକ୍ରମିତଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ପର୍ଯ୍ୟାପ୍ତ ନୁହେଁ ବୋଲି 92.7 ପ୍ରତିଶତ ବ୍ୟବସାୟୀ ବିଶ୍ୱାସ କରନ୍ତି ।

96.6 ପ୍ରତିଶତ ବ୍ୟବସାୟୀ ବଜାରରେ କୋରୋନା ବିସ୍ତାର ପାଇଁ ଚିନ୍ତିତ ଥିବା କହିଛନ୍ତି ।

କୋରୋନା କାରଣରୁ 88.1 ପ୍ରତିଶତ ବ୍ୟବସାୟୀ ବଜାର ବନ୍ଦ କରିବା ସପକ୍ଷରେ ଅଛନ୍ତି ।

ସିଏଆଇଟି ଏହାର ସର୍ଭେ ରିପୋର୍ଟକୁ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି । ଯାହାଫଳରେ ଦିଲ୍ଲୀର ବ୍ୟବସାୟୀଙ୍କ ଚିନ୍ତାକୁ ଗୁରୁତର ସହ ନିଆଯାଇ ଶୀଘ୍ର ଏହାର ସମାଧାନ ବାହାର କରାଯାଉ ।

For All Latest Updates

ABOUT THE AUTHOR

...view details