ମୁମ୍ବାଇ: ମୁମ୍ବାଇର ସବୁଠାରୁ ଲୋକ ପ୍ରିୟ ସ୍ଥାନ ମେରାଇନ ଡ୍ରାଇଭ ଏବେ ପୁଣି ଚଳଚଞ୍ଚଳ ହୋଇ ଉଠିଛି । ଧିରେ ଧିରେ ସାଧାରଣ ଜୀବନ ଶୈଳୀକୁ ଫେରୁଛନ୍ତି ଲୋକେ । ନିୟମରେ କିଛିଟା କୋହଳ ପରେ ଏଣିକି ସାଧାରଣ ଲୋକମାନେ ମେରାଇନ ଡ୍ରାଇଭକୁ ଯାଆ ଆସ କରିବାକୁ ଅନୁମତି ଦିଆଯାଇଛି । ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସିଆଇଏସଏଫ ଯବାନକୁ ଉକ୍ତ ସ୍ଥାନରେ ମୁତୟନ କରାଯାଇଛି ।
ସ୍ବାଭାବିକ ହେଉଛି ଜୀବନ, ଖୋଲିଲା ମୁମ୍ବାଇ ମେରାଇନ ଡ୍ରାଇଭ - ଖୋଲିଲା ମୁମ୍ବାଇ ମେରାଇନ ଡ୍ରାଇଭ
ଧିରେ ଧିରେ ସାଧାରଣ ଜୀବନ ଶୈଳୀକୁ ଫେରୁଛନ୍ତି ଲୋକେ । ମୁମ୍ବାଇର ସବୁଠାରୁ ଲୋକ ପ୍ରିୟ ସ୍ଥାନ ମେରାଇନ ଡ୍ରାଇଭ ଏବେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ।
ସକାଳ 5 ରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ବ୍ୟାୟାମ ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି । ଗୁରୁବାର ଅନେକ ଲୋକ ଏଟାକୁ ଆସି ଚଲା ବୁଲା କରିବା ସହ ବ୍ୟାୟାମ, ସାଇକେଲ ଚଲାଉଥିବା ଆଦି ଦେଖିବାକୁ ମିଳିଛି । ଯେପରି ସାମାଜିକ ଦୂରତା ଉଲ୍ଲଙ୍ଘନ ନହୁଏ, ପ୍ରତ୍ୟେକ ବ୍ୟକ୍ତି ମାସ୍କ ବ୍ୟବହାର କରନ୍ତି ଏଥିପ୍ରତି ତୀକ୍ଷ୍ଣ ନଜର ରଖିବା ପାଇଁ ମୁ୍ମ୍ବାଇ ପୋଲିସ ସହ ସିଆଏସଏଫ ଯବାନଙ୍କୁ ମଧ୍ୟ ଏଠାରେ ମୁତୟନ କରାଯାଇଛି ।
ତେବେ ଏହି ପରିପ୍ରେକ୍ଷୀରେ ମୁମ୍ବାଇ ପୋଲିସ କହିଛି ଯେ କୋଭିଡ-19 ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଜାରି ହୋଇଛି ଗାଇଡଲାଇନ । କିନ୍ତୁ ଆମେ ଏହା ଆଶା ରଖିନାହୁଁ ଯେ ସବୁ ଲକେ ଏହାକୁ ପଢିବେ କିମ୍ବା ଏହାକୁ ମାନିବେ । ସେଥିପାଇଁ ଏହା ଆମ କର୍ତ୍ତବ୍ୟ ରହିଛି ଲୋକଙ୍କୁ ସାମାଜିକ ଦୂରତା ବିଷୟରେ ଅବଗତ କରାଇବା । ସମାଜିକ ଦୂରତାର ମହତ୍ତ୍ବକୁ ଜନସାଧାରଣଙ୍କୁ ବୁଝାଇବା । ଏହା ସତ୍ତ୍ବେ ବି ଯଦି କୌଣସି ବ୍ୟକ୍ତି ନିୟମ ନ ମାନନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।