ଓଡିଶା

odisha

ETV Bharat / bharat

CAA ଏବଂ NRC ସମର୍ଥନରେ ବିଜେପିର ମୋର୍ଚ୍ଚା - CAA ଏବଂ NCR ସମର୍ଥନରେ ମୋର୍ଚ୍ଚା

ସିଏଏ ଏବଂ ଏନଆରସିର ସମର୍ଥନରେ ଅନେକ ଲୋକ ରାଜରାସ୍ତାକୁ ଓହ୍ଲାଉଥିବା ନଜର ଆସିଛନ୍ତି । ଦିଲ୍ଲୀର ସରାୟ ଜୁଲେନା ଗ୍ରାମରେ ଲୋକେ ସିଏଏ ଏବଂ ଏନଆରସିର ସମର୍ଥନରେ ନାରାବାଜି କରିବା ସହ ମୋର୍ଚ୍ଚା ବାହାର କରିଛନ୍ତି ।

March in support of CAA and NRC
ଫାଇଲ ଫଟୋ

By

Published : Dec 19, 2019, 12:46 PM IST

ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ୍‌ ଏବଂ ଏନଆରସି ବିରୋଧରେ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି । ବିଭିନ୍ନ ବିଶ୍ବ ବିଦ୍ୟାଳୟ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ ଏହାକୁ ବିରୋଧ କରୁଛନ୍ତି । ହେଲେ ଅନ୍ୟପକ୍ଷରେ ସିଏଏ ଏବଂ ଏନଆରସିର ସମର୍ଥନରେ ଅନେକ ଲୋକ ରାଜରାସ୍ତାକୁ ଓହ୍ଲାଉଥିବା ନଜର ଆସିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଦିଲ୍ଲୀର ସରାୟ ଜୁଲେନା ଗ୍ରାମରେ ଲୋକେ ସିଏଏ ଏବଂ ଏନଆରସିର ସମର୍ଥନରେ ନାରାବାଜି କରିବା ସହ ମୋର୍ଚ୍ଚା ବାହାର କରିଛନ୍ତି । ଏହା ସହିତ ଡିସେମ୍ବର 15ରେ ହୋଇଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେମାନେ । ନାଗରିକ ସଂଶୋଧନ ଆଇନ୍‌ ଧର୍ମ ଆଧାରରେ ପ୍ରପିଡିତ ଲୋକଙ୍କ ଉଦ୍ଧାର ପାଇଁ ହୋଇଥିବା ଦର୍ଶାଇ ସରାୟ ଜୁଲେନା ଗ୍ରାମର ଲୋକ ଏହାର ସମର୍ଥନରେ ରାଲି କରିଛନ୍ତି । ଏହା ସହିତ ଆମ ଆଦମି ପାର୍ଟି ବିଧାୟକ ଅମାନତୁଲ୍ଲାଙ୍କୁ ଗିରଫ ଦାବି କରିଛନ୍ତି ସେମାନେ ।

ସିଏଏ ସମର୍ଥନରେ ବାହାରିଥିବା ଏହି ମୋର୍ଚ୍ଚାର ନେତୃତ୍ବ ବିଜେପି ନେତା ରାଜପାଲ ସିଂହ ନେଇଛନ୍ତି ।

ABOUT THE AUTHOR

...view details