ରାଞ୍ଚି: କୋରୋନା ସମୟରେ ବି ମାଓବାଦୀ ଜାରି ରଖିଛନ୍ତି ନିଜର ବର୍ବରତା । ଝାଡଖଣ୍ଡର ଗୁମଲା ଜିଲ୍ଲାରେ ସଡ଼କ ନିର୍ମାଣରେ ବ୍ୟବହୃତ ଗାଡି ଏବଂ ଯନ୍ତ୍ରପାତିକୁ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି ।
ରାସ୍ତା ନିର୍ମାଣରେ ବ୍ୟବହୃତ ଗାଡି ଓ ଯନ୍ତ୍ରପାତିକୁ ପୋଡିଲେ ମାଓବାଦୀ - ଗାଡି ଓ ଯନ୍ତ୍ରପାତିକୁ ପୋଡିଲେ ମାଓବାଦୀ
ଝାଡଖଣ୍ଡର ଗୁମଲା ଜିଲ୍ଲାରେ ସଡ଼କ ନିର୍ମାଣରେ ବ୍ୟବହୃତ ଗାଡି ଏବଂ ଯନ୍ତ୍ରପାତିକୁ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ରାସ୍ତା ନିର୍ମାଣରେ ବ୍ୟବହୃତ ଗାଡି ଓ ଯନ୍ତ୍ରପାତିକୁ ପୋଡିଲେ ମାଓବାଦୀ ରାସ୍ତା ନିର୍ମାଣରେ ବ୍ୟବହୃତ ଗାଡି ଓ ଯନ୍ତ୍ରପାତିକୁ ପୋଡିଲେ ମାଓବାଦୀ](https://etvbharatimages.akamaized.net/etvbharat/prod-images/768-512-7438042-504-7438042-1591030489839.jpg)
ରାସ୍ତା ନିର୍ମାଣରେ ବ୍ୟବହୃତ ଗାଡି ଓ ଯନ୍ତ୍ରପାତିକୁ ପୋଡିଲେ ମାଓବାଦୀ
ମାଓବାଦୀର ଏକ ଗୋଷ୍ଠୀ ନିର୍ମାଣାଧୀନ କମ୍ପାନୀର କ୍ୟାମ୍ପ ଅଫିସରେ ପାର୍କିଂ ହୋଇଥିବା ରୋଡ-ରୋଲର, ଟ୍ରାକ୍ଟର, ଏକ୍ସକାଭେଟର ଏବଂ ଏର୍ଥମୋଭିଂକୁ ନିଆଁ ଲଗାଇ ଦେଇ ପୋଡିଦେଇଛନ୍ତି । ଏହାର ସୂଚନା ଦେଇଛନ୍ତି ପୋଲିସ ଅଧୀକ୍ଷକ ଏଚ୍ ପି ଜନାର୍ଦ୍ଦନ । ରବିବାର ରାତିରେ ଲୋଭା-କାମମାନ ଗ୍ରାମରେ ଏହି ଘଟଣା ଘଟିଥିବା ସେ କହିଛନ୍ତି । ଘଟଣା ପରେ ଶ୍ରମିକମାନେ ପୋଲିସକୁ ଏହାର ଖବର ଜଣାଇବା ପରେ ଖୁବ୍ ଶୀଘ୍ର ଉକ୍ତ ଅଞ୍ଚଳରେ ପୋଲିସ ଚଢାଉ କରି ତଦନ୍ତ ଆରମ୍ଭ କରିଛି ।
@PTI