ହାଇଦ୍ରାବାଦ: ତେଲେଙ୍ଗାନାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ମାଓବାଦୀମାନେ ଭାଦ୍ରାଦ୍ରି ଓ କୋଠାଗୁଡେମରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ମେସିନ ଗାଡିକୁ ଜାଳିଦେଇଛନ୍ତି ।
ମଙ୍ଗଳବାର ବିଳମ୍ବିତ ରାତିରେ ଛତିଶଗଡ ସୀମାରୁ କିଛି ମାଓବାଦୀ ଆସି ତିପ୍ପାପୁରମ ଗାଁରେ ଗୋଟିଏ ଡ୍ରୋଜର ଓ ରୋଲରରେ ନିଆଁ ଲଗାଇ ଦେଇଥିଲେ । ଏମାନେ ଗ୍ରାମବାସୀଙ୍କୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭଦ୍ରାଦ୍ରି-କୋଠାଗୁଡେମ ଏସପି ସୁନୀଲ ଦତ୍ତ । ତେବେ ଏହି ମାଓବାଦୀଙ୍କୁ ଧରିବାକୁ ଅପରେସନ ଚଳାଇଛି ପୋଲିସ ।