ଓଡିଶା

odisha

ETV Bharat / bharat

ଏପ୍ରିଲ 30 ପରେ ବି ଜାରି ରହିବ ୱାର୍କ ଫ୍ରମ ହୋମ ରିହାତି - କୋଭିଡ 19

ଘରୁ କାମ କରୁଥିବା ଲୋକଙ୍କ ପାଇଁ ଅନେକ ରିହାତି ଏପ୍ରିଲ 30 ଯାଏଁ ଲାଗୁ ଥିଲା । ଏହି ସମସ୍ତ ରିହାତି ସମୟ ଆଗାମୀ 3 ମାସ ଯାଏଁ ଜାରି ରହିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଏପ୍ରିଲ 30 ପରେ ବି ଜାରି ରହିବ ୱାର୍କ ଫ୍ରମ ହୋମ ରିହାତି
ଏପ୍ରିଲ 30 ପରେ ବି ଜାରି ରହିବ ୱାର୍କ ଫ୍ରମ ହୋମ ରିହାତି

By

Published : Apr 28, 2020, 10:42 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ଲକଡାଉନ ଯୋଗୁଁ ଅଧିକାଂଶ କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ମଧ୍ୟ ଏଥିପାଇଁ ଅନେକ କଟକଣା ଓ ନିୟମ ଜାରି କରିଛନ୍ତି । ଏହାସହ ଘରୁ କାମ କରୁଥିବା ଲୋକଙ୍କ ପାଇଁ ଅନେକ ରିହାତି ଘୋଷଣା କରାଯାଇଛି ।

ତେବେ ଏହି ସମସ୍ତ ରିଲାକ୍ସ ଏପ୍ରିଲ 30 ଯାଏଁ ଲାଗୁ ଥିଲା । ହେଲେ ଏବେ ଏହାପରେ ମଧ୍ୟ ଏହି ସମସ୍ତ ରିହାତି ସମୟ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ଦେଇଛନ୍ତି । ଆଗାମୀ 3 ମାସ ଯାଏଁ ଏହି ସବୁ ରିହାତି ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ।

ଘରୁ କାମ କରିବାବେଳେ ଟଙ୍କା ଡିପୋଜିଟ ଓ କ୍ଲିୟରାନ୍ସ ଭଳି ଅନେକ କଟକଣା ରହିଥିଲା । ଯାହାକୁ ନେଇ ଅନେକ କର୍ମଚାରୀ ସମସ୍ୟା ଭୋଗିବାର ଆଶଙ୍କା ଥିଲା । ତେବେ କେନ୍ଦ୍ର ସରକାର ଏହା ଉପରେ ଏପ୍ରିଲ 30 ଯାଏଁ ସମସ୍ତ ପ୍ରକାର ରିହାତି ଦେଇଥିଲେ । ଏବେ ଏହାକୁ ଜୁଲାଇ 31 ଯାଏଁ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details