ଓଡିଶା

odisha

ETV Bharat / bharat

ଜେଏନୟୁ ହିଂସା: ଛାତ୍ରଙ୍କ ସମର୍ଥନରେ ବିଭିନ୍ନ ବିଶ୍ବବିଦ୍ୟାଳୟର ବିରୋଧ - ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହେଇଥିବା ହିଂସାକୁ ନେଇ ବିବାଦ ଦେଖିବାକୁ ମିଳିଛି। ଏହି ଘଟଣା ପରେ ଜେଏନୟୁ ସମର୍ଥନରେ ବାହାରିଛି ଅନେକ ବିଶ୍ବବିଦ୍ୟାଳୟ।

Many university students supported JNUSU
ଛାତ୍ରଙ୍କ ସମର୍ଥନରେ ବିଭିନ୍ନ ବିଶ୍ବବିଦ୍ୟାଳୟର ବିରୋଧ

By

Published : Jan 6, 2020, 9:40 AM IST

Updated : Jan 6, 2020, 12:19 PM IST

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହେଇଥିବା ହିଂସାକୁ ନେଇ ବିବାଦ ଦେଖିବାକୁ ମିଳିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବାମପନ୍ଥୀ ଛାତ୍ର ସଙ୍ଗଠନ ମଧ୍ୟରେ ହୋଇଥିବା ମାରପିଟରେ ଜେଏନୟୁ ଛାତ୍ର ସଂଘର ଅଧ୍ୟକ୍ଷାଙ୍କ ସମେତ 2 ଅଧ୍ୟାପକ ଓ 18ଜଣ ଛାତ୍ର ଆହତ ହୋଇଛନ୍ତି ।


ଏହି ଘଟଣାକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆହତଙ୍କୁ ଭେଟିବା ପାଇଁ ଏମ୍ସ ମେଡିକାଲରେ ପହଞ୍ଚିଥିଲେ। ଅନ୍ୟପକ୍ଷେ ଦିଲ୍ଲୀ ୟୁନିଭର୍ସିଟି, ଅଲିଗଡ ୟୁନିଭର୍ସିଟି ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ପୋଲିସ ମୁଖ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।

ଜେଏନୟୁରେ ହିଂସା ଘଟଣା ବିରୋଧରେ ଆଇଆଇଟି ବମ୍ବେର ଛାତ୍ର ନିଜ କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷେ କୋଲକାତାର ଯାଦବପୁର ୟୁନିଭର୍ସିଟିରେ ମଧ୍ୟ ଛାତ୍ର ଓ ଅଧ୍ୟାପକ ବିରୋଧ ପ୍ରଦର୍ଶନ କରିଛନ୍ତି। ଆଲିଗଡ ମୁସଲିମ୍ ୟୁନିଭର୍ସିଟିର ଅଧ୍ୟାପକ ସଂଘ ଘଟଣାର ତୀବ୍ର ନିନ୍ଦା କରିବା ସହ ଏହାର ତୁରନ୍ତ ପ୍ରତିକାର ଦାବି କରିଛନ୍ତି।

ଯାଦବପୁର ବିଶ୍ବବିଦ୍ୟାଳୟର ଅଧ୍ୟାପକ ଆସୋସିଏସନର ମହାସଚିବ ପାର୍ଥ ପ୍ରତିମ୍ ରାୟ ଏ ଘଟଣାର ତୀବ୍ର ନିନ୍ଦା କରିଥିଲେ। ଏହାସହ ଜେଏନୟୁର ପରିସ୍ଥିତି ସମ୍ଭାଳିବା ସହ ହିଂସା ରୋକିବା ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରିଛନ୍ତି।

ବେଙ୍ଗାଲୁରୁର ଟାଉନହଲରେ ମଧ୍ୟ ଜେଏନୟୁ ହିଂସାକୁ ନିନ୍ଦା କରି ବିରୋଧ ପ୍ରଦର୍ଶନ କରାଯାଉଛି। ଏହାସହ ହାଇଦ୍ରାବାଦର ପୋଗ୍ରେସିଭ୍ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟ ୟୁନିୟନ(PDSU) ପକ୍ଷରୁ ଓସମାନିଆ ୟୁନିଭର୍ସିଟିରେ ବିରୋଧ ପ୍ରଦର୍ଶନ କରାଯାଉଛି।

Last Updated : Jan 6, 2020, 12:19 PM IST

ABOUT THE AUTHOR

...view details