ରାୟପୁର: କୋରୋନା ପାଇଁ ଜାରି ରହିଛି ଲକଡାଉନ । ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ସହ ବ୍ୟବସାୟିକ ଅନୁଷ୍ଠାନ, ଦୋକାନ ବଜାର, ମଲ, ହଲ ଆଦି ସବୁ ବନ୍ଦ ରହିଛି । ତେବେ ଏହି ସମୟରେ ଛାତ୍ରଛତ୍ରୀଙ୍କୁ ସ୍କୁଲରେ ଫି ଦେବା ପାଇଁ ବାଧ୍ୟ ନକରିବାକୁ ସରକାରଙ୍କ ପକ୍ଷରୁ ମନା ହୋଇଥିଲା ।
ସ୍କୁଲ ଫି ପୁନରୁଦ୍ଧାରକୁ ସ୍ଥଗିତ ରଖିବାକୁ ଛତିଶଗଡ ସିଏମଙ୍କ ନିର୍ଦ୍ଦେଶ - ସ୍କୁଲ ଫି ପୁନରୁଦ୍ଧାରକୁ ସ୍ଥଗିତ ରଖିବାକୁ ଛତିଶଗଡ ସିଏମଙ୍କ ନିର୍ଦ୍ଦେଶ
କୋରୋନା ଭାଇରସ ଲକଡାଉନ ସମୟରେ ଛତିଶଗଡର କେତେକ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ସ୍କୁଲ ଫି ନେଇ ଚାପ ପକାଉଛନ୍ତି । ଅଧିକ ପଢନ୍ତୁ...
ସ୍କୁଲ ଫି ପୁନରୁଦ୍ଧାରକୁ ସ୍ଥଗିତ ରଖିବାକୁ ଛତିଶଗଡ ସିଏମଙ୍କ ନିର୍ଦ୍ଦେଶ
ହେଲେ ଅନେକ ବେସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପିତାମାତାଙ୍କୁ ସ୍କୁଲ ଫି ଜମା କରିବାକୁ ବାର୍ତ୍ତା ପଠାଉଛନ୍ତି । ତେବେ ଏପରି ସମୟରେ ଫିସ ପାଇଁ ସେମାନଙ୍କୁ ଚାପ ପକାଇବାକୁ ଅନୁଚିତ ବୋଲି କହିବା ସହ ସ୍କୁଲ ଫି ପୁନରୁଦ୍ଧାରକୁ ସ୍ଥଗିତ ରଖିବାକୁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଛତିଶଗଡ ସିଏମ ଭୁପେଶ ଓ୍ବାଘେଲ । ଯଦି ଏହି ଆଦେଶ ବାହାରେ କିଏ ଯାଇ ଅଭିଭାବକଙ୍କ ଉପରେ ଚାପ ପକାଏ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି ସିଏମ ।