ଓଡିଶା

odisha

କରୋନା ଆତଙ୍କ: ଫିଲିପାଇନ୍ସରେ ଫସି ରହିଛନ୍ତି ଶହ ଶହ ଛାତ୍ରଛାତ୍ରୀ

By

Published : Mar 19, 2020, 6:03 PM IST

ବିଦେଶକୁ ଡାକ୍ତରୀ ପଢିବାକୁ ଯାଇଥିବା ବହୁ ଭାରତୀୟ ଛାତ୍ରଛାତ୍ରୀ ଫିଲିପାଇନ୍ସରେ ଫସି ରହିଛନ୍ତି । ଏପଟେ ଫିଲିପାଇନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏପର୍ଯ୍ୟନ୍ତ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯିବା ନେଇ କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି ।

many indian Students in  Philippines
ଏବେବି ବିଦେଶରେ ଫସି ରହିଛନ୍ତି ଶହ ଶହ ଛାତ୍ରଛାତ୍ରୀ

ଜୟପୁର: ସମଗ୍ର ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ତେବେ ଏହା ମଧ୍ୟରେ ବିଦେଶରେ ଡାକ୍ତରୀ ପଢିବାକୁ ଯାଇଥିବା ବହୁ ଭାରତୀୟ ଛାତ୍ରଛାତ୍ରୀ ଫିଲିପାଇନ୍ସରେ ଫସି ରହିଛନ୍ତି । ଏପଟେ ଫିଲିପାଇନ୍ସରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏପର୍ଯ୍ୟନ୍ତ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯିବା ନେଇ କେନ୍ଦ୍ର ସରକାର କୌଣସି ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି ।

ତେବେ ଗୃହରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଇଛି । ଏଥିସହ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ବିଷୟକୁ ଗମ୍ଭୀର ସହ ନେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଠିକ ଉତ୍ତର ଦିଆଯାଇନାହିଁ ବୋଲି ଫିଲିପାଇନ୍ସରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଥିସହ ଭାରତୀୟ ଦୂତବାସ ସେମାନଙ୍କୁ କୌଣସି ସାହାଯ୍ୟ ସହଯୋଗ କରିନଥିବା ଛାତ୍ରଛାତ୍ରୀ କହିଛନ୍ତି ।

ଛାତ୍ରଛାତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଗତ ଦୁଇ ତଳେ ସେମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏଥିସହ ସେମାନଙ୍କୁ ବୋର୍ଡିଂ ପାସ୍ ଦିଆଯାଇଥିଲା । ଏହାପରେ ସେମାନଙ୍କୁ ସୂଚନା ଦିଆଯାଇଥିଲା ଯେ ମାଲେସିଆରେ ସେମାନଙ୍କ ବିମାନ ବାତିଲ କରାଯାଇଛି । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ବିମାନ ବନ୍ଦରରେ 48 ଘଣ୍ଟା ଧରି ବସି ରହିଥିଲେ । କିନ୍ତୁ ପରେ ପୋଲିସ ସେମାନଙ୍କୁ ବିମାନ ବନ୍ଦରରୁ ଶୀଘ୍ର ହଷ୍ଟେଲକୁ ଯିବାକୁ କହିଥିଲେ ।

ଯେହେତୁ ଫିଲିପାଇନ୍ସରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକ ରାଜସ୍ତାନରେ ଛାତ୍ରଛାତ୍ରୀ ରହିଛନ୍ତି ତେଣୁ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ନାଗପୁର ସାଂସଦ ହନୁମାନ ବେନିୱାଲ ବୈଦେଶିକ ମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇଥିଲେ । ମାତ୍ର ଏପର୍ଯ୍ୟନ୍ତ ସେମାନଙ୍କୁ ଫେରାଇ ଆଣିବାର କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details