ଓଡିଶା

odisha

By

Published : Jul 15, 2020, 1:21 PM IST

ETV Bharat / bharat

ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ଯୁବସମାଜକୁ ମୋଦିଙ୍କ ସନ୍ଦେଶ

ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ଦେଶର ଯୁବକଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୀବନରେ ଯେତେ ଡିଗ୍ରୀ ହାସଲ କଲେ ମଧ୍ୟ ଦକ୍ଷତା ଶିଖାଲାଭ ଜାରି ରଖିବା ଉଚିତ ବୋଲି ମୋଦି କହିଛନ୍ତି ।

 ମୋଦି
ମୋଦି

ନୂଆଦିଲ୍ଲୀ : ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ଦେଶର ଯୁବକଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୀବନରେ ଯେତେ ଡିଗ୍ରୀ ହାସଲ କଲେ ମଧ୍ୟ ଦକ୍ଷତା ଶିଖାଲାଭ ଜାରି ରଖିବା ଉଚିତ ବୋଲି ମୋଦି କହିଛନ୍ତି । ଏହି ଅବସରରେ ବୁଧବାର ଯୁବକଙ୍କୁ ଶୁଭେଚ୍ଛା ଜଣାଇ ମୋଦି କହିଛନ୍ତି, ମହାମାରୀ କୋରୋନା ମଧ୍ୟରେ କାର୍ଯ୍ୟ ସଂସ୍କୃତି ସହ ଚାକିରିର ପ୍ରକୃତି ମଧ୍ୟ ବଦଳିଛି । ଏହା ବ୍ୟତୀତ ବଦଳୁଥିବା ନୂଆ ଟେକ୍ନୋଲୋଜି ଯୁବକଙ୍କ ଦକ୍ଷତାକୁ ବଦଳାଇଦେଇଛି । କିନ୍ତୁ ଯୁବକମାନେ ପରିବର୍ତ୍ତିତ ସମୟରେ ନୂତନ କୌଶଳ ହାସଲ କରୁଛନ୍ତି ବୋଲି ମୋଦି କହିଛନ୍ତି ।

ମୋଦି କହିଛନ୍ତି, ଲୋକମାନେ ମୋତେ ପଚାରନ୍ତି ଯେ ଏହି ସମୟରେ ଯେତେବେଳେ ବ୍ୟବସାୟ ଏବଂ ବଜାର ଏତେ ଶୀଘ୍ର ପରିବର୍ତ୍ତନ ହୁଏ କିପରି ପ୍ରାସଙ୍ଗିକ ରହିବେ । କୋରୋନା ମହାମାରୀ ସମୟରେ ଏହି ପ୍ରଶ୍ନ ଅଧିକ ଗୁରୁତ୍ୱପୂର୍ଣ୍ଣ । ପ୍ରାସଙ୍ଗିକ ହେବା ପାଇଁ 3ଟି ମନ୍ତ୍ର ରହିଛି । ସେ ହେଉଛି ସ୍କିଲ, ରିସ୍କିଲ ଏବଂ ଅପସ୍କିଲ ।

ମୋଦି ଆହୁରି କହିଛନ୍ତି, କୌଶଳ ହେଉଛି ଏପରି ଜିନିଷ ଯାହା ଆମେ ନିଜକୁ ଉପହାର ଦେଇଥାଉ । ଏହା ଅଭିଜ୍ଞତା ସହ ବୃଦ୍ଧିପାଏ । କୌଶଳ ସମୟ ସହ ଉନ୍ନତ ହେବାକୁ ଲାଗେ । ଦକ୍ଷତା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ । କିଛି ଲୋକ ସର୍ବଦା ଜ୍ଞାନ ଏବଂ କୌଶଳ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ । ତୁମେ ବହିରେ କଣ ପଢୁଛ ଏବଂ ଇଣ୍ଟରନେଟରୁ କଣ ଶିକ୍ଷାଲାଭ କରୁଛ ତାହା ଜ୍ଞାନ । କିନ୍ତୁ ଏହା ତୁମକୁ ଜୀବନରେ ସବୁକିଛି ଶିଖାଏ ନାହିଁ । ଜୀବନରେ ଶିକ୍ଷା ଲାଭ କରିବାକୁ ହେଲେ ଆପଣଙ୍କୁ ଦକ୍ଷତା ଦରକାର ବୋଲି ମୋଦି କହିଛନ୍ତି ।

ଯଦି ଜଣେ ବ୍ୟକ୍ତି ନୂତନ କୌଶଳ ଶିକ୍ଷାଲାଭ କରିବାକୁ ତତ୍ପର ନୁହେଁ ତାହାଲେ ସେ ଜୀବନରେ ସାଧାରଣ ହୋଇ ରହିଯିବ ବୋଲି ମୋଦି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣଙ୍କର ବୟସ ନିର୍ବିଶେଷରେ ନୂତନ କୌଶଳ ଶିଖିବା ପାଇଁ ଆପଣଙ୍କ ଜୀବନକୁ ଉତ୍ସାହ ଏବଂ ଶକ୍ତିରେ ପରିପୂର୍ଣ୍ଣ କରେ ।

ସୂଚନାଯୋଗ୍ୟ ଯେ, 5 ବର୍ଷ ପୂର୍ବେ ଆଜିର ଦିନରେ ସ୍କିଲ ଇଣ୍ଡିଆ ମିଶନ ଆରମ୍ଭ ହୋଇଥିଲା । ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ଏକ ଡିଜିଟାଲ୍ କନକ୍ଲେଭ ଆୟୋଜନ କରାଯାଇଥିଲା ।

ABOUT THE AUTHOR

...view details