ଓଡିଶା

odisha

ETV Bharat / bharat

ଶ୍ରମିକଙ୍କ ଲାଇଫଲାଇନ ପାଲଟିଛି ମନରେଗା - chhatishgarh news

ଶ୍ରମିକଙ୍କ ଲାଇଫଲାଇନ ପାଲଟିଛି ମନରେଗା । ଛତିଶଗଡ ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସବୁଠୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛନ୍ତି । ଅଧିକ ପଢନ୍ତୁ...

manrega is lifeline of labours in lockdown
ଶ୍ରମିକଙ୍କ ଲାଇଫଲାଇନ ପାଲଟିଛି ମନରେଗା

By

Published : May 10, 2020, 10:25 PM IST

ରାୟପୁର: ଛତିଶଗଡ ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ସବୁଠୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛନ୍ତି । ତେବେ ସରକାରୀ ରିପୋର୍ଟ ଅନୁସାରେ ୧ କୋଟିରୁ ଅଧିକ ଦିନ ମଜୁରିଆଙ୍କୁ ଏଥିରେ ସାମିଲ କରାଯାଇଛି । ଯାହାକି ଦେଶରେ ସର୍ବାଧିକ ।

ଲକଡାଉନ ମଧ୍ୟରେ ବି ସାମାଜିକ ଦୂରତ୍ବକୁ ଧ୍ୟାନରେ ରଖି ମନରେଗା କାମ ଆଗେଇ ଚାଲିଛି । କେଉଁଠି ପୋଖରୀ ଖୋଳିବା କାମ ଚାଲିଛି ତ ଆଉ କେଉଁଛି ରାସ୍ତା ନିର୍ମାଣ ତଥା ଅନ୍ୟାନ୍ୟ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହା ଦିନ ମଜୁରିଆଙ୍କୁ ଲକଡାଉନ ସମୟରେ ଆର୍ଥିକ ସହାୟତା ପ୍ରଦାନ କରୁଛି ।

ପୂର୍ବରୁ ଏହି ଯୋଜନାରେ ୨୦୦-୨୫୦ ଜଣ ପଞ୍ଜୀକରଣ ହେଉଥିବାବେଳେ ଏହି ସଂଖ୍ୟା ବର୍ତ୍ତମାନ ୬୦୦ ରେ ପହଞ୍ଚିଛି । ଯାହାକି ବାସ୍ତବରେ ଆଶ୍ଚର୍ଯ୍ୟଜନକ । ଅନ୍ୟପଟେ ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି ଯେ, ଏ ସବୁ କେବଳ କାଗଜ କଲମରେ ରହିଛି । ମାତ୍ର ବାସ୍ତବିକ ରୂପ କିଛି ଅଲଗା ରହିଛି ।

ABOUT THE AUTHOR

...view details