ଦିଲ୍ଲୀରେ ଲଢିବ ଆରଜେଡି - ଦିଲ୍ଲୀ ବିଧାନସଭା
ଦିଲ୍ଲୀ ବିଧାନସଭାରେ ଲଢିବ ବିହାରର ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)। ଦଳ କେତେ ଆସନରେ ଲଢିବ କିଏ ପ୍ରାର୍ଥୀ ହେବ ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଦିଲ୍ଲୀରେ ଲଢିବ ଆରଜେଡି Rashtriya Janata Dal](https://etvbharatimages.akamaized.net/etvbharat/prod-images/768-512-5765500-thumbnail-3x2-dddd.jpg)
Rashtriya Janata Dal
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢିବ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱାଧିନ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) । ଆଜି ଏ ସମ୍ପର୍କରେ ଘୋଷଣା କରିଛନ୍ତି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ମନୋଜ ଝା। ଦଳ କଂଗ୍ରେସ ସହ ଆସନ ବୁଝାମଣା ଅନୁସାରେ ସମସ୍ତ ଆସନରେ ଲଢିବା ପରିବର୍ତ୍ତେ କେବଳ 4ଟି ଆସନରେ ଲଢିବ। ଅବଶିଷ୍ଟ ଆସନ ସହଯୋଗୀ କଂଗ୍ରେସକୁ ଛାଡିବ। ଆରଜେଡି ଲଢିବାକୁ ଥିବା ଆସନ ହେଲା ବୁରାରି, କିରାରି, ଉତ୍ତମ ନଗର ଓ ପାଲମ। ଏନେଇ ଦଳ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି ମନୋଜ ଝା କହିଛନ୍ତି।