ଓଡିଶା

odisha

ETV Bharat / bharat

ଆଜି ପାରିକରଙ୍କ ଶେଷକୃତ୍ୟ: ବିଜେପି ଅଫିସରେ ପାର୍ଥିବ ଶରୀର - Manohar dies

ପାରିକରଙ୍କ ଶେଷକୃତ୍ୟରେ ଅନେକ ରାଜନେତା ତଥା ବରିଷ୍ଠ ବିଜେପି ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏଠାରେ ପହଞ୍ଚି ପାରିକରଙ୍କୁ ଶେଷ ସମ୍ମାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅଳ୍ପ ସମୟ ମଧ୍ୟରେ ଗୋଆରେ ପହଞ୍ଚିବାର ସୂଚନା ରହିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

By

Published : Mar 18, 2019, 1:29 PM IST

ପାଣାଜୀ: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ରବିବାର ପରଲୋକ ହୋଇଛି । ସାରା ଦେଶ ଏହି ଦୁଃଖଦ ଖବରରେ ମର୍ମାହତ ଥିବାବେଳେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତେବେ ଏହା ପୂର୍ବରୁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ଗୋଆ ବିଜେପି ଅଫିସକୁ ଅଣାଯାଇଛି । ଆଜି ସକାଳେ ପାଣାଜୀ ସ୍ଥିତ ବିଜେପି ଅଫିସରେ ସାଧାରଣ ଜନତାଙ୍କ ପାଇଁ ପାରିକରଙ୍କ ମର ଶରୀରକୁ ରଖାଯାଇଛି ।

୬୩ ବର୍ଷ ବୟସରେ କର୍କଟ ରୋଗରେ ପୀଡିତ ଥିବା ପାରିକରଙ୍କର ଅବସ୍ଥା ଶନିବାର ରାତିରୁ ସଙ୍କଟାପନ୍ନ ହୋଇଥିଲା । ସେ ସନ୍ଧ୍ୟାରୁ ଲାଇଫ ସପୋର୍ଟିଂ ସିଷ୍ଟମରେ ଥିଲେ । ହେଲେ ଡାକ୍ତରଙ୍କର ସମସ୍ତ ଉଦ୍ୟମ ସତ୍ତ୍ବେ ରବିବାର ସନ୍ଧ୍ୟା ୬ଟା ୪୦ ମିନିଟ‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମେ ଟ୍ୱିଟ କରି ଦୁଃଖଦ ଖବର ଜଣାଇଥିଲେ । ପରେ ଅନ୍ୟ ନେତୃବୃନ୍ଦ ପାରିକରଙ୍କୁ ଦେଖା କରିବାକୁ ସେ ଚିକିତ୍ସାଧିନ ହସ୍ପିଟାଲରେ ପହଞ୍ଚିଥିଲେ ।

ତେବେ ଏହା ପୂର୍ବରୁ ସାଧାରଣ ଜନତାଙ୍କ ଶେଷ ଦର୍ଶନ ଉଦ୍ଦେଶ୍ୟରେ ତାଙ୍କ ପାର୍ଥିବ ଶରୀରକୁ ପାଣାଜୀ ସ୍ଥିତ ତାଙ୍କ ବାସଭବନରୁ ବିଜେପି ଅଫିସକୁ ଅଣାଯାଇଛି । ଏଠାରେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କୁ ଶେଷ ସମ୍ମାନ ଦେଇଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ଲୋକେ ଦୁଃଖିତ ହୋଇପଡିଛନ୍ତି । ମନୋହର ଗୋଆ ମୁଖ୍ୟମନ୍ତ୍ରୀ ଭାବେ ବେଶ ଲୋକପ୍ରିୟ ଥିଲେ । ସେ 4 ଥର ଗୋଆ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ।

ପାରିକରଙ୍କ ଶେଷକୃତ୍ୟରେ ଅନେକ ରାଜନେତା ତଥା ବରିଷ୍ଠ ବିଜେପି ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏଠାରେ ପହଞ୍ଚି ପାରିକରଙ୍କୁ ଶେଷ ସମ୍ମାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅଳ୍ପ ସମୟ ମଧ୍ୟରେ ଗୋଆରେ ପହଞ୍ଚିବାର ସୂଚନା ରହିଛି । ପାରିକରଙ୍କ ପାଇଁ ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ।

ABOUT THE AUTHOR

...view details