ଓଡିଶା

odisha

By

Published : May 20, 2020, 3:29 PM IST

ETV Bharat / bharat

ନେପାଳ ମ୍ୟାପରେ କାଲାପାନୀ ରହିବା ନେଇ ମନୀଷା କୋଇରାଲାଙ୍କ ସମର୍ଥନ

କାଲାପାନି ଓ ଲିପୁଲେଖଙ୍କୁ ନେପାଳ ମାନଚିତ୍ରର ଏକ ଅଂଶ ଭାବରେ ଦେଖାଇବା ପରେ ମନୀଷା ଏହାକୁ ସମର୍ଥନ କରିଛନ୍ତି। ନେପାଳର ବୈଦେଶିକ ମନ୍ତ୍ରୀଙ୍କ ଟ୍ବିଟ୍ ଜରିଆରେ ମନୀଷା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

manisha koirala
ମନୀଷା କୋଇରାଲା

ନୂଆଦିଲ୍ଲୀ: କିଛି ଦିନ ହେବ ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ଆହୁରି ଗଭୀର ହେବାରେ ଲାଗିଛି। ଏହି ବିବାଦ କାଲାପାନି ଓ ଲିପୁଲେଖକୁ ନେଇ । ନଭେମ୍ବର 2019 ରେ ଭାରତ ଗୃହ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଏକ ନୂତନ ମାନଚିତ୍ରରେ କାଲାପାନି ଅଞ୍ଚଳ ଅନ୍ତର୍ଭୂକ୍ତ ହୋଇଥିଲା, ଯାହାକୁ ନେଇ ନେପାଳ ବିରୋଧ କରୁଛି ।

ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିକଟରେ କୈଳାଶ ମାନସରୋବରକୁ ଯିବାକୁ ନେଇ 80 କିଲୋମିଟର ରାସ୍ତାକୁ ଉଦଘାଟନ କରିଛନ୍ତି ଯାହା ଲିପୁଲେଖ ପାଖରେ ଶେଷ ହୋଇଛି, ଏହାକୁ ନେପାଳ ସରକାର ବିରୋଧ କରିଥିଲେ। ଭାରତ ଓ ନେପାଳ ମଧ୍ୟରେ ଚାଲିଥିବା ଏହି ବିବାଦ ମଧ୍ୟରେ ଅଭିନେତ୍ରୀ ମନୀଷା କୋଇରାଲାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରକାଶଥାଉକି, ମନୀଷା ନେପାଳର ଅଟନ୍ତି ।

କାଲାପାନି ଓ ଲିପୁଲେଖଙ୍କୁ ନେପାଳ ମାନଚିତ୍ରର ଏକ ଅଂଶ ଭାବରେ ଦେଖାଇବା ପରେ ମନୀଷା ଏହାକୁ ସମର୍ଥନ କରିଛନ୍ତି। ନେପାଳର ବୈଦେଶିକ ମନ୍ତ୍ରୀଙ୍କ ଟ୍ବିଟ୍ ଜରିଆରେ ମନୀଷା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଯେଉଁଥିରେ ନେପାଳର ସରକାରୀ ମାନଚିତ୍ରରେ କାଲାପାନି ଓ ଲିପୁଲେଖ ଭଳି ଦୁଇଟି ବିବାଦୀୟ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯିବା ବିଷୟରେ ସୂଚନା ଦେଇଥିଲା । ସେ ଟ୍ବିଟ୍ କରି କହିଛନ୍ତି, ଆମ ଛୋଟ ଦେଶର ଏହି ଗର୍ବ ବଜାୟ ରଖିଥିବାରୁ ଧନ୍ୟବାଦ। ମୁଁ ତିନୋଟି ମହାନ ଦେଶ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଓ ସମ୍ମାନଜନକ ଆଲୋଚନା ପାଇଁ ଅପେକ୍ଷା କରିଛି । ମନୀଷା ଶେଷ ଥର ରାଜକୁମାରୀ ହିରାନୀଙ୍କ ଫିଲ୍ମ ‘ସଞ୍ଜୁ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ରଣବୀର କପୁରଙ୍କ ମା ଙ୍କ ଭୂମିକାରେ ନଜର ଆସିଥିଲେ ।

ABOUT THE AUTHOR

...view details