ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ୭୦ ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ସକାଳ ୮ଟାରେ ସମସ୍ତ ୭୦ଟି ବିଧାନସଭା ଲାଗି ମୋଟ୍ ୨୭ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି । ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ଆପ୍ 55 ଟି ଆସନରେ ଆଗୁଆ ଥିବା ବେଳେ ବିଜେପି 15 ଟିରେ ଓ କଂଗ୍ରେସ ଖାତା ଖୋଲି ପାରିନାହିଁ । ଏହା ଭିତରେ ଆପ୍ ପାଇଁ ନିରାଶାଜନକ ଖବର ସାମ୍ନାକୁ ଆସିଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ତୃତୀୟ ରାଉଣ୍ଡ ଭୋଟ ଗଣତି ପରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ପଡିଛନ୍ତି ।
ପଛରେ ପଡିଲେ ମନୀଷ ସିସୋଦିଆ, ଆପ୍କୁ ଲାଗିପାରେ ଶକ୍ତ ଝଟକା - ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ
ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମି ପାର୍ଟି ପ୍ରାର୍ଥୀ ମନୀଷ ସିସୋଦିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ପଛରେ ଅଛନ୍ତି । ପଟପରଗଞ୍ଜ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ତନଗୀ ଆଗରେ ରହିଛନ୍ତି । ଶେଷ ଗଣତି ସୁଦ୍ଧା ମନୀଷ 754 ଭୋଟରେ ପଛର ପଡିଛନ୍ତି । ଅଧିକ ପଢନ୍ତୁ...
ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଆପ୍ ପ୍ରାର୍ଥୀ ମନୀଷ ସିସୋଦିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ପଛରେ ପଡିଛନ୍ତି । ପଟପରଗଞ୍ଜ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ତନଗୀ ତାଙ୍କ ଆଗରେ ରହିଛନ୍ତି । ଶେଷ ଗଣତି ସୁଦ୍ଧା ମନୀଷ 754 ଭୋଟରେ ପଛରେ ପଡିଛନ୍ତି । ସୂଚନାଯୋଗ୍ୟ, ୨୦୧୫ ବିଧାନସଭା ନିର୍ବାଚନରେ ଏଠାରୁ ମନୀଷ ସିସୋଦିଆ ବିଜେପିର ବିନୋଦ କୁମାରଙ୍କୁ ପରାଜିତ କରି ବିଜୟ ହାସଲ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୫ରେ ଅନୁଷ୍ଠିତ ନିର୍ବାଚନରେ ଆପ୍କୁ ୬୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୩ଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲି ପାରି ନଥିଲା ।