ଓଡିଶା

odisha

ETV Bharat / bharat

ସମଲୀଙ୍ଗୀଙ୍କ ପାଇଁ ଦୁଇଟି କ୍ବାରେଣ୍ଟିନ ସେଣ୍ଟର ଉତ୍ସର୍ଗୀକୃତ କଲେ ମଣିପୁର ସରକାର - ସମଲିଙ୍ଗୀ

ରାଜ୍ୟରେ ସମଲୀଙ୍ଗୀଙ୍କ ପାଇଁ ଦୁଇଟି କ୍ବାରେଣ୍ଟିନ ସେଣ୍ଟର ଉତ୍ସର୍ଗୀକୃତ କଲେ ମଣିପୁର ସରକାର ।

qurentine centre
ସମଲୀଙ୍ଗୀଙ୍କ ପାଇଁ ଦୁଇଟି କ୍ବାରେଣ୍ଟିନ ସେଣ୍ଟର ଉତ୍ସର୍ଗୀକୃତ କଲେ ମଣିପୁର ସରକାର

By

Published : May 23, 2020, 11:01 AM IST

ଇମ୍ଫାଲ: ରାଜ୍ୟରେ ସମଲୀଙ୍ଗୀଙ୍କ ପାଇଁ ଦୁଇଟି କ୍ବାରେଣ୍ଟିନ ସେଣ୍ଟର ଉତ୍ସର୍ଗୀକୃତ କଲେ ମଣିପୁର ସରକାର ।

ଗ୍ରୀନ ଓ ଅରେଞ୍ଜ ଜୋନରୁ ଆସୁଥିବା ଲୋକଙ୍କ ପାଇଁ ଇମ୍ଫାଲ ୱେଷ୍ଟରେ ସରକାରୀ ଦୃଷ୍ଟିହୀନ ବିଦ୍ୟାଳୟ, ତାକ୍ବେଲପାଟ ଏବଂ ରେଡ ଜୋନରୁ ଆସୁଥିବା ଲୋକଙ୍କ ପାଇଁ ମାରିଆ ମୋଣ୍ଟେସୋରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋଇରେଙ୍ଗେଇ, ଇମ୍ଫାଲ କେନ୍ଦ୍ର କରାଯାଇଥିବା ସାମାଜିକ କଲ୍ୟାଣ ବିଭାଗ, କାର୍ଯ୍ୟକ୍ରମ ଅଧିକାରୀ ମାଲା ଲିଶମ କହିଛନ୍ତି। ଇମ୍ଫାଲର ପୂର୍ବ କ୍ୱାରେଣ୍ଟିନ କେନ୍ଦ୍ରରେ 25 ଜଣ ରହିବାର କ୍ଷମତା ଥିବାବେଳେ ଇମ୍ଫାଲ ୱେଷ୍ଟ୍ ସେଣ୍ଟରରେ 20 ଜଣ ରହିବାର କ୍ଷମତା ଅଛି ।

ସେ କହିଛନ୍ତି ଯେ, ବିଭିନ୍ନ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ଅଧିନରେ ଚାଲିଥିବା କମ୍ୟୁନିଟି କ୍ବାରେଣ୍ଟିନ ସେଣ୍ଟରରେ ସମଲିଙ୍ଗୀ ଲୋକମାନେ ରହୁଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଆମେ ବିଭିନ୍ନ କ୍ଷେତ୍ର ଏବଂ କିଛି କାର୍ଯ୍ୟକର୍ତ୍ତାଙ୍କ ଶୁଣିବାକୁ ପାଇଛୁ । ଏଥିସହ ସେ କହିଛନ୍ତି ଆଜି ଆମେ ଦୁଇଜଣ ସମଲିଙ୍ଗୀ ମହିଳାଙ୍କୁ ଇମ୍ଫାଲ ୱେଷ୍ଟ କ୍ବାରେଣ୍ଟିନ ସେଣ୍ଟରରେ ଭର୍ତ୍ତି କରାଇଛୁ ।

ଏହାଛଡା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାକ୍ବେଲପାଟ ସମଲିଙ୍ଗୀ କ୍ବାରେଣ୍ଟିନ ସେଣ୍ଟର ମାସ୍କ, ସାନିଟାଇଜର, ଗ୍ଲୋଭସ୍, ପିପିଇ, ଗଗଲ୍ସ, ସୋଡିୟମ୍ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ଇତ୍ୟାଦି ଯୋଗାଇ ଦେଇଛି ।

ABOUT THE AUTHOR

...view details