ଓଡିଶା

odisha

ETV Bharat / bharat

ମଣିପୁର ସରକାରଙ୍କୁ ଝଟକା, ଇସ୍ତଫା ଦେଲେ 3 ବିଧାୟକ - Manipur govt on edge as 3 MLAs resign, ally walks off

ମଣିପୁର ସରକାରଙ୍କୁ ଝଟକା । ବୁଧବାର ଭାରତୀୟ ଜନତା ପାର୍ଟିର (ବିଜେପି) ତିନିଜଣ ବିଧାୟକ ଏକା ସାଙ୍ଗରେ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ମଣିପୁର ସରକାରଙ୍କୁ ଝଟକା, ଇସ୍ତଫା ଦେଲେ 3 ବିଧାୟକ
ମଣିପୁର ସରକାରଙ୍କୁ ଝଟକା, ଇସ୍ତଫା ଦେଲେ 3 ବିଧାୟକ

By

Published : Jun 18, 2020, 7:19 PM IST

ଇମ୍ଫାଲ: ମଣିପୁର ସରକାରଙ୍କୁ ଝଟକା । ବୁଧବାର ଭାରତୀୟ ଜନତା ପାର୍ଟିର (ବିଜେପି) ତିନିଜଣ ବିଧାୟକ ଏକା ସାଙ୍ଗରେ ଦେଲେ ଇସ୍ତଫା । ଜୁନ 19ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନର ଦୁଇ ଦିନ ପୂର୍ବରୁ ଏପରି ଘଟିଛି । ଏହି ତିନିଜଣ ବିଜେପି ବିଧାୟକ - ସାମୁଏଲ ଜେଣ୍ଡାଇ, ଟିଟି ହାକିପ ଏବଂ ଏସ ସୁଭାଷଚନ୍ଦ୍ର ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି। ଏପଟେ ଅନ୍ୟ 6 ଜଣ ବିଧାୟକ - ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ର ଚାରିଜଣ, ତୃଣମୂଳ କଂଗ୍ରେସରୁ ଜଣେ ଏବଂ ସ୍ୱାଧୀନର ଜଣେ ବିଜେପି ସରକାର ବିରେନ ସିଂଙ୍କୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି ।

ଏହି ଚାରିଜଣ ଏନପିପି ବିଧାୟକ ହେଉଛନ୍ତି ,ଉପମୁଖ୍ୟମନ୍ତ୍ରୀ ୱାଇ ଜୟ କୁମାର ସିଂ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଏନ କାୟିଶି, ଯୁବ ବ୍ୟାପାର ତଥା କ୍ରୀଡା ମନ୍ତ୍ରୀ ଲେଟପାଓ ହାକିପ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଏଲ ଜୟନ୍ତ କୁମାର ସିଂ। ତିନି ବିଜେପି ନେତାଙ୍କ ଇସ୍ତଫା ଏପର୍ଯ୍ୟନ୍ତ ବାଚସ୍ପତି ଯୁମ୍ନାମ କେମଚାନ୍ଦ ସିଂ ଗ୍ରହଣ କରିନାହାଁନ୍ତି। ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ସେମାନଙ୍କୁ ଅଯୋଗ୍ୟ ମଧ୍ୟ କରାଯାଇପାରେ, ଯାହା ଦଳର ଏକ ତୃତୀୟାଂଶରୁ କମ୍ ଶକ୍ତି ଥିବା କୌଣସି ଗୋଷ୍ଠୀକୁ ଭାଙ୍ଗିବାକୁ ବାରଣ କରିଥାଏ।

ଏଭଳି ସଙ୍କଟ ପୂର୍ବରୁ ବିଜେପି ସରକାରରେ 60 ଜଣିଆ ଗୃହରେ 39 ଜଣ ବିଧାୟକ ଥିଲା ବେଳେ ବିରୋଧୀ ଦଳରେ 21 ଜଣ ଥିଲେ । ରାଜ୍ୟସଭା ଆସନ ଜିତିବା ପାଇଁ ଜଣେ ପ୍ରାର୍ଥୀ 26 ଭୋଟ୍ ଆବଶ୍ୟକ କରନ୍ତି ।

ABOUT THE AUTHOR

...view details