ଓଡିଶା

odisha

ଜୁଲାଇ 15 ଯାଏଁ ଲକଡାଉନ ବଢାଇଲା ଏହି ରାଜ୍ୟ

By

Published : Jun 29, 2020, 8:36 AM IST

ଜୁନ 30ରେ ଶେଷ ହେବାକୁ ଯାଉଛି ଲକଡାଉନ 4.0 । ଅଧିକ ପଢନ୍ତୁ...

ଜୁଲାଇ 15 ଯାଏଁ ଲକଡାଉନ ବଢାଇଲା ଏହି ରାଜ୍ୟ
ଜୁଲାଇ 15 ଯାଏଁ ଲକଡାଉନ ବଢାଇଲା ଏହି ରାଜ୍ୟ

ଇମ୍ପାଲ: ମଣିପୁରରେ ବଢିଲା ଲକଡାଉନ ଅବଧି । 15 ଦିନ ପାଇଁ କଟକଣା ବଢାଇଲେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ । ଜୁଲାଇ 1ରୁ 15 ଯାଏଁ ଲକଡାଉନରେ ରହିବ ମଣିପୁର । ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତ ମାମଲା 1,092 ରହିଛି ।

ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା 4.0 ଲକଡାଉନ ଜୁନ 30ରେ ସରିବାକୁ ଯାଉଛି ।

ଏହି 15 ଦିନିଆ ଲକଡାଉନରେ ସମସ୍ତ କୋଭିଡ ନିୟମ ସହ ଆନ୍ତଃ ଜିଲ୍ଲା ବସ ସେବା ଜାରି ରହିବ । ଅନ୍ୟ କୌଣସି ଜନ ସାଧାରଣ ପରିବହନକୁ ଅନୁମତି ମିଳିବ ନାହିଁ । ଜୁଲାଇ 15 ଠାରୁ ବସ ସେବା ଜାରି ରଖିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ରାଜ୍ୟରେ ସଂକ୍ରମିତ ମାମଲା ମଧ୍ୟରୁ 660ଟି ସକ୍ରିୟ ରହିଛି , ସେଥିରୁ 432ଟି ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ମଣିପୁରରେ ଟେଷ୍ଟିଂ କ୍ଷମତା ଦୈନିକ 26000 ରହିଛି ବୋଲି ସେ କହିଛନ୍ତି । ଏହାସହ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ।

7 ଜଣ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପଜେଟିଭ ମାମଲା ବିଦେଶ କିମ୍ବା ଅନ୍ୟ ରାଜ୍ୟ ଫେରନ୍ତା ବୋଲି ମୁଖ୍ୟମନ୍ତ୍ରୀ ଏନ.ବିରେନ କହିଛନ୍ତି ।

ABOUT THE AUTHOR

...view details